ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏବେ ୧ ଲକ୍ଷ ୮୭ ହଜାର ୨୮ଟି ମାମଲା ବିଚାରାଧୀନ ରହିଛି | ବିଧାନସଭାରେ ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଉତ୍ତର ଦେଇଛନ୍ତି । ଶ୍ରୀ ଜେନା କହିଛନ୍ତି କି ଜିଲ୍ଲା କୋର୍ଟରେ ୧୭ ଲକ୍ଷ ୬୮ ହଜାର ୭୦୪ ମାମଲା ପଡି ରହିଛି । ୩ ବର୍ଷରେ ୮ ଲକ୍ଷ ୯୫ ହଜାର ୪୧୨ଟି ମାମଲାର ଫଇସଲା ହୋଇଛି । ଏନେଇ ଆଜି ବିଧାନସଭାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଉତ୍ତର ଦେଇଛନ୍ତି । ତେବେ ବିଧାନସଭାର ଷଷ୍ଠ ଦିନରେ ବି ଚାଲିପାରିଲାନି ଗୃହ । ଗୃହ ମଧ୍ୟଭାଗରେ ନାରାବାଜି କରିଥିଲେ ବିରୋଧୀ । ମମିତା ମେହେର ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି କରିଥିଲେ । ଗୃହ ଆରମ୍ଭରୁ ପ୍ଲାକାର୍ଡ ଧରି କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟ ଭାଗକୁ ଆସି ପ୍ରତିବାଦ କରିଥିଲେ । ସେହିପରି ଗୃହରେ ଘଣ୍ଟ ବଜାଇ ବିଜେପି ବିଧାୟକ ପ୍ରତିବାଦ କରିଥିଲେ । ଦର ବୃଦ୍ଧି ପତିବାଦରେ ବିଧାନସଭା ପରିଷଦ ଗାନ୍ଧୀ ମୂର୍ତ୍ତି ତଳେ ବିଜେଡି ବିଧାୟକ ଧାରଣା ଦେଇଥିଲେ । ହଟ୍ଟଗୋଳ ଯୋଗୁଁ ଗୃହ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।
Discussion about this post