ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି | ଏବେ ହଟସ୍ପଟ ପାଲଟୁଛି ଶିକ୍ଷାନୁଷ୍ଠାନ। ଖୋର୍ଦ୍ଧା ଜିଲ୍ଲାସ୍ଥିତ ନାଇଜର ଶିକ୍ଷାନୁଷ୍ଠାନରେ ୩୧ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ନାଇଜରକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଖୋର୍ଦ୍ଧା ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି କ୍ୟାମ୍ପସ୍କୁ କଣ୍ଟେନମେଣ୍ଟ କରିବା ପରେ ହଷ୍ଟେଲ ଭିତରକୁ ଯାଆସ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ହଷ୍ଟେଲ୍ ଭିତରୁ କେହି ଯେପରି ବାହାରକୁ ଆସିବେନି କିମ୍ବା କେହି ଯେପରି ବାହାରକୁ ଯିବେନି ସେ ନେଇ କଡ଼ା ନିୟମ ଜାରି ହୋଇଛି । ସମସ୍ତ ପଜିଟିଭ ଛାତ୍ରଛାତ୍ରୀ ପ୍ରଥମ ବର୍ଷର ବୋଲି ଜଣାଯାଇଛି। ନାମଲେଖା ପ୍ରକ୍ରିୟା ସରିବା ପରେ ସେମାନେ କ୍ୟାମ୍ପସ୍କୁ ଆସିଥିଲେ। ପ୍ରବେଶ ସମୟରେ ସେମାନଙ୍କର କରୋନା ପରୀକ୍ଷା କରାଯାଇଥିବା ବେଳେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ମାତ୍ର ସେମାନଙ୍କୁ ଆଇସୋଲେସନରେ ରଖାଯିବା ସହ ସେମାନଙ୍କ ଉପରେ ନଜର ରଖାଯାଇଥିଲା। ଏହାପରେ କିଛି ଛାତ୍ର ଅସୁସ୍ଥ ହେବାରୁ ସେମାନଙ୍କ ପରୀକ୍ଷା କରାଯାଇଥିଲା। ସେମାନେ ପଜିଟିଭ ଚିହ୍ନଟ ହେବା ପରେ ଅନ୍ୟମାନଙ୍କର ମଧ୍ୟ ସାମ୍ପଲ ଟେଷ୍ଟ କରାଯାଇଥିଲା। ଗତକାଲି ସୁଦ୍ଧା ସମୁଦାୟ ୩୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ କେହି ଓମିକ୍ରନ ଆକ୍ରାନ୍ତ ନ ଥିବା ସ୍ପଷ୍ଟ କରିଛନ୍ତି ସ୍ୱାସ୍ଥ୍ୟ ଅଧିକାରୀ। ସମସ୍ତ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଥିବା ବେଳେ ସେମାନଙ୍କୁ ଆଇସୋଲେସନରେ ରଖାଯାଇଛି।






More Stories
ସାଦା ପୋଷାକରେ ଜଗିବ ପୋଲିସ…..
ଶ୍ରୀମୟୀଙ୍କ ବିସ୍ଫୋରକ ମନ୍ତବ୍ୟ……
୨୪ରେ ରାଜ୍ୟ କ୍ୟାବିନେଟ……