Report Card Odisha

| Daily Odia News

ରାଜ୍ୟରେ ଆଜି ୩୪୨୭ କରୋନା ସଂକ୍ରମିତ ଚିହ୍ନଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଆଜି ଆଉ ୩୪୨୭ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୯୫୪ ଏବଂ ସ୍ଥାନୀୟ ସଂକ୍ରମିତ ୧୪୭୩ ଜଣ ରହିଛନ୍ତି। ରାଜ୍ୟରେ ମୋଟ୍ ୮୭୩୯୨୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୧୩୮, ବାଲେଶ୍ୱର ୨୬୧, ବରଗଡ ୫୨, ଭଦ୍ରକ ୧୩୯, ବଲାଙ୍ଗୀର ୪୦, ବଉଦ ୩୧, କଟକ ୩୯୬, ଦେବଗଡ ୨୨, ଢେଙ୍କାନାଳ ୭୮, ଗଜପତି ୨୭, ଗଞ୍ଜାମ ୨୬ ଏବଂ ଜଗତସିଂହପୁର ଜିଲାରୁ ୧୦୮ ଜଣ ରହିଛନ୍ତି। ସେହିଭଳି ଯାଜପୁର ଜିଲାରୁ ୨୮୫, ଝାରସୁଗୁଡା ୧୦, କଳାହାଣ୍ଡି ୩୫, କନ୍ଧମାଳ ୪୧, କେନ୍ଦ୍ରାପଡା ୧୧୧, କେନ୍ଦୁଝର ୪୭, ଖୋର୍ଦ୍ଧା ୫୫୩, କୋରାପୁଟ ୭୨, ମାଲକାନଗିରି ୩୮, ମୟୁରଭଞ୍ଜ ୧୬୨, ନବରଙ୍ଗପୁର ୬୦, ନୟାଗଡ ୧୪୨, ନୂଆପଡା ୨୦, ପୁରୀ ୨୧୭, ରାୟଗଡା ୯୪, ସମ୍ବଲପୁର ୩୨, ସୋନପୁର ୩୦, ସୁନ୍ଦରଗଡ ୭୮ ଏବଂ ଷ୍ଟେଟପୁଲରୁ ୮୨ ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ମୋଟ ୮୨୯୮୫୧ ଜଣ କରୋନାରୁ ସୁସ୍ଥ ହୋଇଥିବାବେଳେ ୪୦୪୭୧ ଜଣ ସକ୍ରିୟ ସଂକ୍ରମିତ ରହିଥିବା ଜଣାଯାଇଛି।

Breaking News