ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଆଜି ୩୪୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨୦୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୧୪୪ଜଣ ରହିଥିବା ସୂଚନା ଦିଆଯାଇଛି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷର ମଧ୍ୟରେ ୪୯ଜଣ ସଂକ୍ରମିତ ରହିଛନ୍ତି । ସେହିପରି ଗତ ୨୪ ଘଣ୍ଟାରରେ ରାଜ୍ୟରୁ ଆଉ ୭୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୮୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୫୧, ଷ୍ଟେଟପୁଲରୁ ୪୧ ଓ ସୁନ୍ଦରଗଡ଼ରୁ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି, ବାଲେଶ୍ୱର, ଜଗତସିଂହପୁର ଓ ନୂଆପଡ଼ାରୁ ୭ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାୟଗଡ଼ାରୁ ୫, ସମ୍ବଲପୁରରୁ ୫, ଭଦ୍ରକ, ଯାଜପୁର ଓ ପୁରୀରୁ ୪ ଜଣ ଲେଖାଏ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଝାରସୁଗୁଡ଼ା ଓ ମୟୂରଭଞ୍ଜରୁ ୨ଜଣ ଲେଖାଏ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଢ଼େଙ୍କାନାଳ, କଳାହାଣ୍ଡି, କେନ୍ଦୁଝର, ଗଞ୍ଜାମ ଓ ନୟାଗଡ଼ରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧ହଜାର ୩୧୦ ରହିଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ଏଯାଏ ମୋଟ୍ ୧୨ଲକ୍ଷ ୯୦ହଜାର ୫୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ମୋଟ୍ ୧୨ଲକ୍ଷ ୮୦ହଜାର ୪୯ ସଂକ୍ରମିତ ସୁସ୍ଥ ହୋଇଥିବା ସୂଚନା ଦିଆଯାଇଛି ।






More Stories
୯୫ ଆସନରେ ଲଢ଼ିବ କଂଗ୍ରେସ…..
ପଖାଳ ଦିବସ…..
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..