ରିପୋର୍ଟ କାର୍ଡ / ଖୋର୍ଦ୍ଧା
ବାଙ୍କୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ ଦୁର୍ଘଟଣାର ଶିକାର ହୋଇଛି | ଭାରସାମ୍ୟ ହରାଇ ବସଟି ରାସ୍ତାକଡକୁ ଖସି ପଡିଥିବା ସୂଚନା ମିଳିଛି । ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୨୦ରୁ ଅଧିକ ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ବାଙ୍କୀରୁ ଭୁବନେଶ୍ୱର ଯିବା ବାଟରେ ଦୁର୍ଘଟଣାର ଶିକାର ହୋଇଛି ଏକ ଘରୋଇ ବସ । ବାଘମାରୀ ରାସ୍ତାର ସିମୋର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଭାରସାମ୍ୟ ହରାଇ ରାସ୍ତାକଡକୁ ବସଟି ଖସି ପଡିଥିବା ଜଣାଯାଇଛି । ଏହି ଦୁର୍ଘଟଣାରେ କେହି ପ୍ରାଣ ହରାଇ ନଥିଲେ ମଧ୍ୟ ପ୍ରାୟ ୨୦ରୁ ଅଧିକ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ସମସ୍ତଙ୍କୁ ଉଦ୍ଧାର କରି ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।






More Stories
ବିହାର ଭୋଟ ଗଣତି : ୧୯୦ ସିଟରେ ଆଗୁଆ ଏନଡିଏ….
ନୂଆପଡା ମତଗଣନା: ଆଗରେ ବିଜେପି…..
ଆଜି ଆସିବ ବିହାର ନିର୍ବାଚନ ଫଳାଫଳ…..