ରିପୋର୍ଟ କାର୍ଡ / ଭୁବନେଶ୍ଵର
୩୭୮ ଓଏଏସ୍ଙ୍କୁ ଆଶ୍ଵସ୍ତି ମିଳିଛି | ହାଇକୋର୍ଟରେ ୨୦୦୬ ଓଏଏସ୍ ନିଯୁକ୍ତି ବିବାଦ ମାମଲାରେ ଆଜି ହାଇକୋର୍ଟ ୩୭୮ ଓଏଏସ୍ ଅଫିସରଙ୍କ ନିଯୁକ୍ତି ବୈଧ କରିଛନ୍ତି । ସ୍ୟାଟ୍ଙ୍କ ଆଦେଶ ରଦ୍ଦ କରିବା ସହ ହାଇକୋର୍ଟ ନିଯୁକ୍ତି ବୈଧ କରିଥିବା ସୂଚନା ମିଳିଛି । ୨୦୦୬ରେ ନିଯୁକ୍ତି ବିଜ୍ଞପ୍ତିକୁ ପ୍ରଥମେ ସ୍ୟାଟ୍ରେ ଚ୍ୟାଲେଞ୍ଜ୍ ହୋଇଥିଲା। ଚୂଡ଼ାନ୍ତ ପରୀକ୍ଷାରେ କିଛି ଅକୃତକାର୍ଯ୍ୟ ପ୍ରାର୍ଥୀ ଚ୍ୟାଲେଞ୍ଜ୍ କରିଥିଲେ। ଆବେଦନର ବିଚାର କରି ୩୭୮ ଜଣଙ୍କ ନିଯୁକ୍ତି ରଦ୍ଦ କରିଥିଲା ସ୍ୟାଟ୍। ଏହାପରେ ସ୍ୟାଟ୍ଙ୍କ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ୍ କରାଯାଇଥିଲା। ହାଇକୋର୍ଟ ପ୍ରଥମେ ସ୍ୟାଟ୍ ନିର୍ଦ୍ଦେଶରେ ରହିତାଦେଶ ଦେଇଥିଲେ। ଆଜି ମାମଲାର ଚୂଡାନ୍ତ ରାୟରେ ସ୍ୟାଟ୍ଙ୍କ ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି ହାଇକୋର୍ଟ।






More Stories
କନିଷ୍ଠ ଶିକ୍ଷକ ହେଲେ ନିୟମିତ…..
ସରିଲା ମାଟ୍ରିକ ଖାତାଦେଖା…..
ଗ୍ୟାସ୍ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ…..