ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରେମ ପାଇଁ ସବୁ କିଛି ଛାଡିଦେଇ ସାଧାରଣ ନାଗରିକଙ୍କୁ ବିବାହ କଲେ ଜାପାନ ରାଜକୁମାରୀ ମାକୋ | କେଇ କୋମୁରା-ରାଜକୁମାରୀ ମାକୋ ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଉଭୟ ଦୀର୍ଘ ଦିନ ଧରି ପରସ୍ପରକୁ ଭଲ ପାଉଥିଲେ । ତେବେ କୋମୁରା ଜଣେ ସାଧାରଣ ନାଗରିକ ହୋଇଥିବାରୁ ଏହି ବିବାହ ପାଇଁ ମାକୋଙ୍କୁ ବହୁତ କିଛି ଛାଡିବାକୁ ପଡିଥିଲା । ରାଜବଂଶର ନିୟମ ଅନୁସାରେ ସେମାନେ ସାଧାରଣ ନାଗରିକଙ୍କୁ ବିବାହ କଲେ ରାଜପରିବାରର ମର୍ଯ୍ୟଦା ହରାଇବେ । ମାକୋ ୮ କୋଟି ଟଙ୍କା ଏବଂ ରାଜକୀୟ ସମ୍ମାନରୁ ଏବେ ବଂଚିତ ହେବେ । ଟୋକିଓର ଏକ ହୋଟେଲରେ ସେମାନେ ଅତି ସାଧାରଣ ଭାବେ ଏହି ବିବାହ ଉତ୍ସବ ପାଳନ କରିଛନ୍ତି । ଏହା ପରେ ଉଭୟ ନ୍ୟୁୟର୍କରେ ସାଧାରଣ ନାଗରିକ ଭାବେ ଜୀବନ ଯାପନ କରିବେ ।






More Stories
ଆମେରିକାରେ ଭାରତୀୟଙ୍କୁ ହତ୍ୟା…..
କାର୍ଯ୍ୟକାରୀ ହେବ ; ‘ଏକ ଦେଶ ଏକ ନିର୍ବାଚନ’ !….
ବଢ଼ିଲା ନେତାଙ୍କ ସୁରକ୍ଷା…..