ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
‘ବିଜେପି’ କର୍ମୀଙ୍କୁ ନେଇ ଯାଉଥିବା ଏକ ବସ୍ ରବିବାର ରାତିରେ ମଧ୍ୟପ୍ରଦେଶର ଖର୍ଗୋନ୍ ଜିଲ୍ଲାରେ ରାସ୍ତାରେ ଠିଆ ହୋଇଥିବା ଟ୍ରକ୍ରେ ଧକ୍କା ଖାଇବାରୁ ୩୯ଜଣ ଆହତ ହୋଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ରିପୋର୍ଟରେ ଉଲ୍ଲେଖ ଅଛି, ସେମାନେ ଆଜି ଭୋପାଳରେ ହେବାକୁ ଥିବା ‘ବିଜେପି’ କର୍ମୀଙ୍କ ବିଶାଳ ସମ୍ମଳନୀ ‘କର୍ଯ୍ୟକର୍ତ୍ତା ମହାକୁମ୍ଭ’ରେ ଯୋଗ ଦେବାକୁ ଯାଉଥିଲେ। ଏହି ବିଶାଳ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ବୋଧନ ଦେବେ। ଗତ ବିଳମ୍ବିତ ରାତ୍ରରେ କସରାବଦ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଚିକିତ୍ସା ନିମନ୍ତେ ଆହତମାନଙ୍କୁ ଜିଲ୍ଲା ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଏହି ବସ୍ରେ ଭଗବାନପୁର ଅନ୍ତର୍ଗତ ଖପରଜାମ୍ଲି, ରୁପଗଡ଼ ଓ ରାଇ ସାଗର ଅଞ୍ଚଳର ଅଧିକାଂଶ ‘ବିଜେପି’ କର୍ମୀ ଥିଲେ। ସୂଚନାଯୋଗ୍ୟ, ‘ଜନସଂଘ’ର ସହ-ସଂସ୍ଥାପକ ଦୀନଦୟାଲ୍ ଉପାଧ୍ୟାୟଙ୍କ ଜୟନ୍ତୀ ଓ ରାଜ୍ୟବ୍ୟାପୀ ଚାଲିଥିବା ‘ବିଜେପି’ର ‘ଜନ ଆଶୀର୍ବାଦ ଯାତ୍ରା’ର ଔପଚାରିକ ସମାବର୍ତ୍ତନ ଅବସରରେ ‘କାର୍ଯ୍ୟକର୍ତ୍ତା ମହାକୁମ୍ଭ’ ଆୟୋଜନ କରାଯାଇଛି ବୋଲି ଦଳର ନେତାମାନେ କହିଛନ୍ତି। କଂଗ୍ରେସ ସହିତ ତୀବ୍ର ପ୍ରତିଦ୍ବନ୍ଦ୍ବିତାରେ ସମ୍ମୁଖୀନ ହୋଇଥିବା ମଧ୍ୟପ୍ରଦେଶକୁ ଗତ ୪୫ ଦିନ ମଧ୍ୟରେ ଏହା ହେବ ପ୍ରଧାନମନ୍ତ୍ରୀ ମୋଦୀଙ୍କ ତୃତୀୟ ଗସ୍ତ। ବିଭିନ୍ନସୂତ୍ରରୁ ତଥ୍ୟ ସଂଗ୍ରହ କରି ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି ଯେ, ଏହି ମହାକୁମ୍ଭରେ ୧୦ ଲକ୍ଷ ଜନ ସମାଗମ ପାଇଁ ‘ବିଜେପି’ ଲକ୍ଷ୍ୟ ରଖିଛି।






More Stories
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..