ରିପୋର୍ଟ କାର୍ଡ / ଭୁବନେଶ୍ୱର
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପାର୍ଥୀ ମାନଙ୍କର ପତ୍ର ଦାଖଲ ଜାରିରହିଛି | ଆଜି ନାମାଙ୍କନ ଦାଖଲର ତୃତୀୟ ଦିନ । ଗତକାଲି ନୋମିଲେସନର ଦ୍ବିତୀୟ ଦିନରେ ମୋଟ ୧୩ ହଜାର ୩ ଶହ ୬୫ ଜଣ ନାମାଙ୍କନ କରିଛନ୍ତି । ଏଭିତରେ ଅଛନ୍ତି ୧୦ହଜାର ୭ ଶହ ୩୪ ୱାର୍ଡ ମେମ୍ବର, ୧ ହଜାର ୫ ଶହ ୪୬ ସରପଞ୍ଚ, ୧ ହଜାର ୩୪ ଜଣ ପଞ୍ଚାୟତ ସମିତି ସଦସ୍ୟ ଏବଂ ୪୨ଜଣ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ । ଭଦ୍ରକ ଉପଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ଓ ସରପଞ୍ଚ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଜୋନ୍ ୱାନ୍ ର ବିଜେଡି ପ୍ରାର୍ଥୀ ଭାବେ ରାକେଶ ନାୟକ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ , ଭଣ୍ଡାରିପୋଖରି ନିର୍ବାଚନ ମଣ୍ଡଳୀର ୧୫ ନମ୍ବର ଜୋନ୍ ବିଜେଡି ପ୍ରାର୍ଥୀ ଭାବେ ପ୍ରଫୁଲ୍ଲ ଜେନା ପାର୍ଥିପତ୍ର ଦାଖଲ କରିଛନ୍ତି । ସେହିଭଳି ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ପାର୍ଥିମାନେ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଗଜପତି ଜିଲ୍ଲା ମୋହନା ବ୍ଲକ କାର୍ଯ୍ୟାଳୟରେ ସମିତି ସଭ୍ୟ ଆଶାୟୀ ପ୍ରାର୍ଥୀ ମାନେ ବିଭିନ୍ନ ପଞ୍ଚାୟତ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ନିଜ ନିଜ ଅଞ୍ଚଳର ସମସ୍ୟା ନେଇ ଲୋକଙ୍କୁ ଭୋଟ ମାଗିବେ ବୋଲି ପ୍ରାର୍ଥୀମାନେ କହିଛନ୍ତି । ସେହିପରି ବିଜେଡି ପକ୍ଷରୁ ଯାଜପୁର ଜିଲ୍ଲା ବଡ଼ଚଣା ନିର୍ବାଚନ ମଣ୍ଡଳୀର ୪୩ ଟି ପଞ୍ଚାୟତର ବିଜେଡି ସମର୍ଥିତ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ପାର୍ଥୀଙ୍କ ନାଁ ଘୋଷଣା ହୋଇଛି ।
More Stories
ଆସନ୍ତାମାସରୁ ଏଲିଭେଟେଡ୍ କରିଡର କାମ…..
ଜେଲ୍ ଗଲେ ରାଜା, ରହିଛି ବହୁ ବଡ ବଡିଆଙ୍କ ସମ୍ପୃକ୍ତି…..
୧୨ରୁ ୧ଟା ସୁଦ୍ଧା ସରିବ ହୋଲି ଖେଳ…..