ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଧ୍ୟପ୍ରାଚ୍ୟ ଯୁଦ୍ଧ ଥମିବାର ନା ନେଉନଥିବାବେଳେ ଏୟାର ଇଣ୍ଡିଆ ପକ୍ଷରୁ ମେ’ ୩୧ ପର୍ଯ୍ୟନ୍ତ ଇସ୍ରାଏଲକୁ ବିମାନସେବା ସ୍ଥଗିତ ରଖାଯାଇଛି। ଫଳରେ ଇସ୍ରାଏଲରେ ବାସ କରୁଥିବା ପ୍ରାୟ ୪୦ ହଜାର ଭାରତୀୟ ସ୍ବଦେଶ ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯେଉଁମାନେ ଯୁଦ୍ଧ ଭୟରେ ଇସ୍ରାଏଲ ଛାଡିବାକୁ ମନସ୍ଥ କରୁଛନ୍ତିି, ସେମାନଙ୍କୁ ପ୍ରଥମେ ସ୍ଥଳପଥରେ ଜୋର୍ଡାନ କିମ୍ବା ଇଜିପ୍ଟରେ ପହଞ୍ଚିବା ପରେ ସେଠାରୁ ବିମାନ ଯୋଗେ ଭାରତ ଆସୁଥିବା ଜଣାପଡିଛି। ଅବଶ୍ୟ ଜୋର୍ଡାନ କିମ୍ବା ଇଜିପ୍ଟ ପହଞ୍ଚିବାରେ ତେଲ୍ ଆଭିଭ୍ସ୍ଥିତ ଭାରତୀୟ ଦୂତାବାସ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଉଥିବା ପ୍ରକାଶ।






More Stories
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….
ଅଟକ ନେତାଙ୍କୁ ଛାଡ଼ିବାକୁ ୱାଙ୍ଗଚୁକଙ୍କ ଚେତାବନୀ….