ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭାରତରେ ଓମିକ୍ରନ୍ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଯାହାକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ବାରମ୍ବାର ସତର୍କ କରାଇବା ସହ କୋଭିଡ୍ କଟକଣା କଡାକଡି ଭାବେ ପାଳନ କରିବାକୁ ପରାମର୍ଶ ଦେଉଛନ୍ତି । ମିଳିଥିବା ସୂଚନା ଅନୁସାରେ, ଡେଲ୍ଟା ଭ୍ୟାରିଆଣ୍ଟ ଯେଉଁଭଳି ଭାବେ ଭାରତରେ ପ୍ରଭାବ ବିସ୍ତାର କରୁଥିଲା ଏବେ ସେହିଭଳି ଭାବେ ଓମିକ୍ରନ୍ ମଧ୍ୟ ବିସ୍ତାର ହେବାରେ ଲାଗିଛି । ଏକ୍ସପର୍ଟଙ୍କ କହିବା କଥା ଯେ, ଡେଲ୍ଟା ଭ୍ୟାରିଆଣ୍ଟର ସ୍ଥାନ ନେଉଛି ଓମିକ୍ରନ୍ । ସୂଚନାଯୋଗ୍ୟ, ଭାରତରେ ଆଜି ୩୦୯ ନୂଆ ଓମିକ୍ରନ୍ ଭ୍ୟାରିଆଣ୍ଟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ପ୍ରଥମ ଘଟଣା । ଓମିକ୍ରନ୍ ଭ୍ୟାରିଆଣ୍ଟ ଯେଉଁଭଳି ଭାବେ ସଂକ୍ରମିତ କରୁଛି ଏଭଳି ହେଲେ ଆଗକୁ ଦେଶରେ ପରିସ୍ଥିତି ସାଂଘାତିକ ହେବ । ଆଜି ଚିହ୍ନଟ ହୋଇଥିବା ୩୦୯ ନୂଆ ଓମିକ୍ରନ୍ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୧୨୭୦ରେ । ଏହା ସହିତ ଶୁକ୍ରବାର ଦେଶରେ ମୋଟ ୧୬୭୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨୦ ଜଣଙ୍କର ମୃତ୍ୟୁ ଘଟିଛି । କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ବର୍ତ୍ତମାନ ସୁଦ୍ଧା ଓମିକ୍ରନ୍ରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ମହାରାଷ୍ଟ୍ରରେ ଜଣଙ୍କ ଜୀବନ ଯାଇଥିବା ବେଳେ ଉଦୟପୁରରେ ଆଉ ଗୋଟିଏ ମୁଣ୍ଡ ନେଇଛି ଓମିକ୍ରନ୍ । ଓମିକ୍ରନ୍ରେ ସଂକ୍ରମିତଙ୍କ ବ୍ୟକ୍ତିଙ୍କ ସଂଖ୍ୟା ମହାରାଷ୍ଟ୍ରରେ ସର୍ବାଧିକ ରହିଥିବା ବେଳେ କେରଳ ମଧ୍ୟ ପଛରେ ପଡି ନାହିଁ । ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ୪୫୦ ଜଣ ଓମିକ୍ରନ୍ ଭ୍ୟାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ ୩୨୦ ଜଣ ଚିହ୍ନଟ ହୋଇସାରିଲେଣି । ସେହିଭଳି କେରଳରେ ୧୦୯, ଗୁଜୁରାଟରେ ୯୭ ଜଣ ଓମିକ୍ରନ୍ ଭ୍ୟାରିଆଣ୍ଟ ଚିହ୍ନଟ ହୋଇସାରିଛନ୍ତି । ରିପୋର୍ଟ ଅନୁଯାୟୀ, ଭାରତରେ ୬୪ ଦିନ ପରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶୁକ୍ରବାର ୧୬ ହଜାର ଟପିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୮ ଲକ୍ଷ ୩୮ ହଜାର ୮୦୪ରେ ପହଞ୍ଚିଛି । ସେଥିମଧ୍ୟରୁ ବର୍ତ୍ତମାନ ୯୧,୩୬୧ଜଣଙ୍କର ଚିକିତ୍ସା ଜାରି ରହିଥିବା ବେଳେ ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୧ ହଜାର ୮୦ରେ ପହଞ୍ଚିଛି । ଶେଷଥର ପାଇଁ ଅକ୍ଟୋବର ମାସରେ ଗୋଟିଏ ଦିନରେ ୧୬ ହଜାର ୧୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
୨ ଗ୍ରାମବାସୀଙ୍କୁ ହତ୍ୟା କଲେ ନକ୍ସଲ…..