Report Card Odisha

| Daily Odia News

ସିଆରପିଏଫ୍ ଯବାନଙ୍କ ଗୁଳିରେ ୪ ଯବାନ ନିହତ,୩ ଆହତ……

ରିପୋର୍ଟ କାର୍ଡ / ମାଲକାନଗିରି

ସିଆରପିଏଫ୍ ଯବାନଙ୍କ ଗୁଳିରେ ୪ ଜଣ ସାଥୀ ଯବାନ ପ୍ରାଣ ହରାଇଥିବା ବେଳେ ୩ ଜଣ ଗୁରୁତର ଥିବା ସୂଚନା ମିଳିଛି । ଏପରି ଅଭାବନୀୟ ଘଟଣା ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାରେ। ଗୁଳି ଚାଳନା କରିଥିବା ଯବାନ ହେଲେ ରିତେଶ ରଞ୍ଜନ। ସୂଚନା ଅନୁସାରେ, ଲିଙ୍ଗନପାଲି ଥାନା ଅନ୍ତର୍ଗତ ମରଇଗୁଡ଼ା ସିଆରପିଏଫ କ୍ୟାମ୍ପରେ ଆଜି ସକାଳୁ ବଡ଼ ଧରଣର ଅଘଟଣ ଘଟିଛି। ଜଣେ ସିଆରପିଏଫ୍ ଯବାନଙ୍କ ଗୁଳି ଚାଳନାରେ ଚାରି ଜଣ ସାଥୀ ଯବାନ ପ୍ରାଣ ହରାଇଛନ୍ତି। ଅନ୍ୟ ତିନିଜଣ ଆହତ ଯବାନ ଏବେ ତେଲେଙ୍ଗାନାର ଭଦ୍ରଚଲାମ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ୪ଜଣ ଆହତ ଯବାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ପ୍ରାଣ ହରାଇଛନ୍ତି। ମୃତ ଯବାନମାନେ ହେଲେ କନେଷ୍ଟବଳ ଧାନଜୀ, ରାଜୀବ ମଣ୍ଡଳ, ରାଜମଣି କୁମାର ୟାଦଭ, ଧର୍ମେନ୍ଦ୍ର କୁମାର। ଗୁରୁତର ଆହତ ଯବାନମାନେ ହେଲେ ଧନଞ୍ଜୟ କୁମାର, ଧର୍ମାତ୍ମା କୁମାର, ମଳୟ ରଞ୍ଜନ ମହାରଣା। ଏମାନେ ସମସ୍ତେ ସି/୫୦ ମରାଇଗୁଡ଼ା ସିଆରପିଏଫ କ୍ୟାମ୍ପର ଯବାନ। ତେବେ ସକାଳୁ ସିଆରପିଏଫ୍ ଯବାନ ଜଣକ କାହିଁକି ନିଜ ବନ୍ଧୁକରୁ ଏହିପରି ଗୁଳି ଚାଳନା କଲେ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନି। ସୁକୁମା ଏସପି ଘଟଣାର ତଦନ୍ତ କରୁଛନ୍ତି।

 

Breaking News