ରିପୋର୍ଟ କାର୍ଡ / ଭୁବନେଶ୍ୱର
କରୋନାର ନୂଆ ପ୍ରଜାତି ‘ଓମିକ୍ରନ୍’ ଏବେ ଚିନ୍ତାବଢ଼ାଇଛି | ଭୁବନେଶ୍ୱରରେ ଆଉ ଏକ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଡୁମଡୁମାର କସମୋପଲିସ ଆପାର୍ଟମେଣ୍ଟର ୪ଟି ଫ୍ଲାଟକୁ କଣ୍ଟେନମେଣ୍ଟ ଘୋଷଣା ହୋଇଥିବା ସୂଚନା ମିଳିଛି । ଏହି ୪ଟି ଫ୍ଲାଟରୁ ୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବ ପରେ ବିଏମସି ପଦକ୍ଷେପ ସ୍ୱରୂପ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଗତ ମଙ୍ଗଳବାର ରାଜଧାନୀର ୨ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିଲା। ବୁଧବାର କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଥିବା ଫ୍ଲାଟ୍ ଗୁଡ଼ିକ ହେଲା ଜି-୧୩୨, ଜି-୧୫୧, ଜି-୧୧୨ ଓ ଜି-୧୪୨। କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା ହୋଇଥିବା ଏହି ପ୍ଳଟ୍ ଗୁଡ଼ିକରେ କେହି ପ୍ରବେଶ କରିପାରିବେ ନାହିଁ କି ସେଠାରେ ରହୁଥିବା କୌଣସି ବ୍ୟକ୍ତି ବାହାରକୁ ଆସି ପାରିବେ ନାହିଁ। କଣ୍ଟେନମେଣ୍ଟ ଜୋନ୍ ଭିତରେ ରହୁଥିବା ଲୋକଙ୍କୁ ବିଏମ୍ସି ପକ୍ଷରୁ ସମସ୍ତ ଆବଶ୍ୟକ ସାମଗ୍ରୀ ଓ ଔଷଧ ଆଦି ଯୋଗାଇ ବୋଲି ସୂଚନା ମିଳିଛି |






More Stories
ବଙ୍ଗାଳୀ ଶ୍ରମିକଙ୍କୁ ହତ୍ୟା ,୬ ଗିରଫ…..
ଅଭିଯୁକ୍ତର ଘର ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ…..
କାର୍କୁ ଘୋଷାଡ଼ି ନେଲା ଟ୍ରକ…..