ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଙ୍ଗଳବାର ରାଜସ୍ଥାନ ଅଜମେରରେ ଏକ ବଡ ଧରଣର ଦୁର୍ଘଟଣା ଘଟି ୪ ଜଣ ଜୀବନ୍ତ ଜଳିଯାଇଥିବା ନେଇ ଜଣାପଡିଛି । ୮ ନମ୍ବର ଜାତୀୟ ରାଜପଥରେ ୨ଟି ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛି । ଖୁବ ଜୋରରେ ଦୁର୍ଘଟଣା ଘଟିବାରୁ କିଛି ସମୟ ମଧ୍ୟରେ ୨ଟି ଯାକ ଟ୍ରେଲରେ ନିଆଁ ଲାଗି ଯାଇଥିଲା । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ଦୁର୍ଘଟଣାରେ ଟ୍ରେଲରେ ଥିବା ୪ ଜଣ ଜୀବନ୍ତଦଗ୍ଧ ହୋଇଛନ୍ତି । ଟ୍ରେଲରୁ ତୁରନ୍ତ ଡେଇଁ ପଡି ଜଣେ ନିଜର ଜୀବନ ବଞ୍ଚାଇଛନ୍ତି । ଆଜି ସକାଳ ୬ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଜୟପୁରରୁ ବେୱାର ଆଡକୁ ଯାଉଥିବା ଏହି ଟ୍ରେଲରେ ଟାଇଲ୍ସ ପାଉଡର ଭର୍ତ୍ତି ହୋଇ ରହିଥିଲା । ସେହି ସମୟରେ ଟ୍ରେଲରଟି ଭାରସାମ୍ୟ ହରାଇ ଉକ୍ତ ସମୟରେ ବେୱାରରୁ ଜୟପୁର ଆଡକୁ ଆସୁଥିବା ଟ୍ରେଲର ସହ ଧକ୍କା ହୋଇଥିଲା । ଦୁର୍ଘଟଣା ଖୁବ ଭୟଙ୍କର ଥିଲା । ଖୁବ ଶୀଘ୍ର ନିଆଁ ଭୀଷଣ ରୂପ ଧାରଣ କରିନେଇଥିଲା । ଖବର ପାଇ ପୁଲିସ ଓ ଦମକଳ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଦୁର୍ଘଟଣା ପରେ କିଛି ଘଣ୍ଟା ଜାତୀୟ ରାଜପଥରେ ଯାନବାହନ ଅଟକି ରହିଥିଲା । ପୁଲିସ ରାସ୍ତା ଜାମ ହଟାଇବା ପରେ ଯାତାୟାତ ସ୍ୱଭାବିକ ହୋଇଥିଲା ।






More Stories
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..