Report Card Odisha

| Daily Odia News

ଆତ୍ମଘାତୀ ବିସ୍ଫୋରଣ: ୪ ପାକ ସୈନିକ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପାକିସ୍ତାନ କ୍ୱେଟାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣ ଯୋଗୁଁ ୪ ଜଣ ପାକ ସୈନିକ ପ୍ରାଣ ହରାଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି | ଆକ୍ରମଣ ପାଇଁ ପାକିସ୍ତାନର ତେହେରୀକ- ଇ-ତାଲିବାନ ନିଜକୁ ଦାୟୀ କରିଛି | ବଲୁଚିସ୍ତାନ ପ୍ରଦେଶର ରାଜଧାନୀ କ୍ୱେଟାଠାରୁ ପ୍ରାୟ ୨୫ କିମି ଦୂରରେ ଥିବା କ୍ୱେଟେ ମାସ୍ତୁଙ୍ଗ ରୋଡ଼ ଏକ ଚେକପୋଷ୍ଟକୁ ପାରାମିଲିଟାରି ଫ୍ରଣ୍ଟିଅର କର୍ପସ ପରିଚାଳନା କରୁଛି | ଆତ୍ମଘାତୀ ବିସ୍ଫୋରଣକାରୀ ଜଣଙ୍କ ଏକ ମୋଟର ସାଇକଲରେ ଆସିଥିଲେ ଚେକପୋଷ୍ଟରେ ଥିବା ଫ୍ରଣ୍ଟିଅର କର୍ପସର ଗାଡି ଉପରେ ଚଢାଇ ଦେଇଥିଲା | ଫଳରେ ୪ ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଛି | ଏହି ଘଟଣାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗଭୀର ନିନ୍ଦା କରିଛନ୍ତି | ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇବା ସହିତ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି | ବଲୁଚିସ୍ତାନର ଗୃହମନ୍ତ୍ରୀ ମିତ୍ର ଜିଆଉଲ୍ଲା ଲନଗୋଭ ଏହି ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହିତ ଏହାର ରିପୋର୍ଟ ମାଗିଛନ୍ତି |

 

Breaking News