ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ଜମ୍ମୁ-କଶ୍ମୀର ଏବଂ ହରିୟାଣାରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଚଳିତ ବର୍ଷ ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ମଧ୍ୟ ହେବ। ଏଭଳି ପରିସ୍ଥିତିରେ ଏହି ଦୁଇ ରାଜ୍ୟରେ ମଧ୍ୟ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରାଯିବ ବୋଲି ଆଶା କରାଯାଉଥିଲା। ବର୍ତ୍ତମାନ ଶିବସେନା ୟୁବିଟି ନେତା ସଞ୍ଜୟ ରାଉତ ଏନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ନାଗପୁରରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସଞ୍ଜୟ ରାଉତ କହିଛନ୍ତି, ଆପଣ ଝାଡଖଣ୍ଡରୁ ଆସୁଥିବା ଖବର ସମ୍ପର୍କରେ ଜାଣୁଥିବେ। ସେଠାରେ କଣ ଘଟୁଛି ଦେଖନ୍ତୁ। ଝାଡଖଣ୍ଡରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପୁଣି ଥରେ ଅସୁବିଧାରେ ପକାଇବାକୁ ଚେଷ୍ଟା କରାଯାଉଛି। ତାଙ୍କ ସରକାର ଏକ ଶକ୍ତିଶାଳୀ ସରକାର, କିନ୍ତୁ କିଛି ଲୋକ ତାଙ୍କୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ଯଦି ନିର୍ବାଚନ ଘୋଷିତ ହୋଇଥାନ୍ତା, ମଡେଲ ଆଚରଣ ସଂହିତା କାର୍ଯ୍ୟକାରୀ ହୋଇଥାନ୍ତା ଏବଂ ତେବେ ଏହି ଘଟଣା ହୋଇ ନ ଥାନ୍ତା। ମହାରାଷ୍ଟ୍ରରେ ମଧ୍ୟ ସେମାନେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ଅଧିକ ସମୟ ଦେବାକୁ ଚାହୁଁଛନ୍ତି ଏବଂ ସେଥିପାଇଁ ରାଜ୍ୟରେ ନିର୍ବାଚନ ଘୋଷଣା କରାଯାଇ ନାହିଁ। ସେ କହିଛନ୍ତି ୪ ରାଜ୍ୟରେ ଏକାଠି ନିର୍ବାଚନ କରି ପାରୁ ନ ଥିବା ବିଜେପି ସରକାର ‘ଏକ ଦେଶ, ଏକ ନିର୍ବାଚନ’ସମ୍ପର୍କରେ କହିବା ଅତ୍ୟନ୍ତ ଲଜ୍ଜାଜନକ। ନିଜ ସ୍ବାର୍ଥ ହାସଲ ପାଇଁ ବିଜେପି ସରକାର ସବୁ କିଛି କରିପାରିବେ।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……