ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଛେଳିମାଂସ ଖାଇ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି କର୍ନାଟକର ରାଇଚୁର ଜିଲ୍ଲା ଅନ୍ତର୍ଗତ କଲ୍ଲୁର ଗ୍ରାମରେ। ପ୍ରାଣ ହରାଇଛନ୍ତି ବାପା, ମା’ ଏବଂ ତାଙ୍କର ଦୁଇ ସନ୍ତାନ। ମୃତକମାନେ ହେଉଛନ୍ତି ଭୀମାନ୍ନା ବାଗଲି,ସ୍ତ୍ରୀ ଏରାମ୍ମା,ପୁଅ ମାଲେଶା ଓ ଝିଅ ପାର୍ବତୀ । ଅନ୍ୟ ଜଣେ ବ୍ୟକ୍ତି କୋମାରେ ଅଛନ୍ତି। ଗୁରୁବାର ସନ୍ଧ୍ୟାରେ ଭୀମାନ୍ନା ଘରକୁ ଛେଳି ମାଂସ ଆଣିଥିଲେ। ତାହାକୁ ରନ୍ଧା ଯାଇଥିଲା। ପରିବାରର ୫ ସଦସ୍ୟ ଏକାଠି ବସି ଚପାତି, ସାଲାଡ, ଛେଳିମାଂସ ତରକାରୀ ଖାଇଥିଲେ। ପରେ ମଧ୍ୟରାତ୍ରିରେ ସେମାନେ ଅସହଜ ଅନୁଭବ କରିଥିଲେ। ଧୀରେ ଧୀରେ ସେମାନଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଖବରପାଇ ପଡ଼ୋଶୀ ଲୋକେ ସେମାନଙ୍କୁ ରାଇଚୁର ଡାକ୍ତରଖାନାକୁ ନେଇଥିଲେ। ହେଲେ ଭୋର ପ୍ରାୟ ୩ଟାରେ ବାଟରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା। ପ୍ରଥମେ ଏହା ଆତ୍ମହତ୍ୟା ବୋଲି ପ୍ରଚାର ହୋଇଥିଲା। କିନ୍ତୁ ରାଇଚୁର ଡିସିପି ଏହାକୁ ଖଣ୍ଡନ କରିଛନ୍ତି। ଖାଦ୍ୟରେ କୌଣସି ପ୍ରକାର କ୍ଷତିକାରକ ବିଷାକ୍ତ ଦ୍ରବ୍ୟ ଯୋଗୁ ଏହି ଘଟଣା ଘଟିଥିବା କହିଛନ୍ତି। ଖାଦ୍ୟ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ହାଇଦ୍ରାବାଦସ୍ଥିତ ଫୋରେନସିକ ପରୀକ୍ଷାଗାରକୁ ପଠାଯାଇଛି।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……