ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଧ୍ୟପ୍ରଦେଶର ନାଗଦାରେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ଭ୍ୟାନ୍କୁ ଏକ ଟ୍ରକ ଧକ୍କା ଦେଇଛି। ଦୁର୍ଘଟଣାରେ ୪ ଜଣ ଶିଶୁ ଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ଭ୍ୟାନରେ ପ୍ରାୟ ୧୫ ଜଣ ଶିଶୁ ଯାଉଥିଲେ । ପିଲାଙ୍କୁ ସ୍କୁଲ ନେଇ ଯିବା ବାଟରେ ଭୁଲ ଦିଗରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଧକ୍କା ଦେଇଥିଲା। ଭ୍ୟାନର ଅଧିକାଂଶ ଅଂଶ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିବାରୁ ଖୁବ ଜୋରରେ ଧକ୍କା ହୋଇଥିବା ନେଇ ଦେଖାଯାଇଛି। ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ପୋଲିସ ,ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ପିଲାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଆହତଙ୍କ ମଧ୍ୟରୁ କିଛି ପିଲା ଙ୍କ ଅବସ୍ଥା ଗୁରୁତର ରହିଛି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..