ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ-କାଶ୍ମୀରର ପୁଞ୍ଛ ସ୍ଥିତ ଭାଟାଦୁଡିଆ ଅଞ୍ଚଳରେ ଥିବା ଜମ୍ମୁ-ପୁଞ୍ଛ ଜାତୀୟ ରାଜପଥରେ ସେନାବାହିନୀ ଗାଡ଼ିରେ ଅଗ୍ନିକାଣ୍ଡ ଘଟିଛି। ଗାଡ଼ିଟି ଜଳିଯିବା ସହ ୪ ଜଣ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ତେବେ ବର୍ତ୍ତମାନସୁଦ୍ଧା ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇନାହିଁ। ଅପରପକ୍ଷେ, ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୋଲିସ ଓ ସେନାକୁ ମଧ୍ୟ ଏନେଇ ସୂଚନା ଦିଆଯାଇଛି। ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ତେବେ ଗାଡ଼ିରେ ନିଆଁ କେମିତି ଲାଗିଲା ସେନେଇ ଯାଞ୍ଚ କରାଯାଉଛି।






More Stories
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……
ଆଜି ବଜେଟ୍…..