ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ-କାଶ୍ମୀରର ପୁଞ୍ଛ ସ୍ଥିତ ଭାଟାଦୁଡିଆ ଅଞ୍ଚଳରେ ଥିବା ଜମ୍ମୁ-ପୁଞ୍ଛ ଜାତୀୟ ରାଜପଥରେ ସେନାବାହିନୀ ଗାଡ଼ିରେ ଅଗ୍ନିକାଣ୍ଡ ଘଟିଛି। ଗାଡ଼ିଟି ଜଳିଯିବା ସହ ୪ ଜଣ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ତେବେ ବର୍ତ୍ତମାନସୁଦ୍ଧା ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇନାହିଁ। ଅପରପକ୍ଷେ, ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୋଲିସ ଓ ସେନାକୁ ମଧ୍ୟ ଏନେଇ ସୂଚନା ଦିଆଯାଇଛି। ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ତେବେ ଗାଡ଼ିରେ ନିଆଁ କେମିତି ଲାଗିଲା ସେନେଇ ଯାଞ୍ଚ କରାଯାଉଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….