ରିପୋର୍ଟ କାର୍ଡ / ପଶ୍ଚିମବଙ୍ଗ
ଭାରତ ସମେତ ବିଶ୍ୱର ଅନେକ ଦେଶରେ ବାର୍ଡ-ଫ୍ଲୁ ଆତଙ୍କ ଦେଖିବାକୁ ମିଳୁଛି। ପୂର୍ବରୁ ଆମେରିକାରେ ମଣିଷ ଦେହରେ ବାର୍ଡ-ଫ୍ଲୁ ଚିହ୍ନଟ ହେବା ପରେ ଏବେ ଭାରତରେ ଚଳିତ ବର୍ଷର ଏହା ପ୍ରଥମ ମାମଲା ବୋଲି ସୂଚନା ମିଳିଛି। ପଶ୍ଚିମବଙ୍ଗର ଏକ ୪ବର୍ଷର ଝିଅ ବାର୍ଡ-ଫ୍ଲୁ ଭାଇରସରେ ଆକ୍ରାନ୍ତ ହୋଇଛି। ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସୂଚନା ଦେଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ ଲଗାତର ଭାବେ ଶ୍ୱାସକ୍ରିୟାରେ ସମସ୍ୟା, ପ୍ରବଳ ଜ୍ୱର ଏବଂ ପେଟ ଯନ୍ତ୍ରଣା ହେତୁ କୁନି ଝିଅଟିକୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତିନି ମାସ ଧରି ଚିକିତ୍ସା ହେବା ପରେ ଝିଅଟିକୁ ଡିସଚାର୍ଜ କରାଯାଇଛି। ବର୍ତ୍ତମାନ ସେ ସୁସ୍ଥ ଥିବା ଜଣାପଡିଛି।






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….