ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତାକାଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଚତୁର୍ଥ ପର୍ଯ୍ୟାୟ ଭୋଟ। ଗତକାଲିଠାରୁ ବୁଥ୍ ଅଭିମୁଖେ ପୋଲିଂ ପାର୍ଟି ପହଂଚିଛନ୍ତି । କେତେକ ବୁଥରେ ଆଜି ପୋଲିଂ ପାର୍ଟି ପହଞ୍ଚିବେ।୨୭ଟି ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଚତୁର୍ଥ ପର୍ଯ୍ୟାୟରେ ୧୭,୦୮୯ ବୁଥ୍ରେ ମତଦାନ ହେବ । ୧୬୩ଟି ଜିଲ୍ଲା ପରିଷଦ ଜୋନ୍ ପାଇଁ ମତଦାନ ଅନୁଷ୍ଠିତ ହେବ । ୧୨୫୪ଟି ପଞ୍ଚାୟତର ୧୭,୦୮୯ ବୁଥ୍ରେ ହେବ ମତଦାନ । ଏଥିମଧ୍ୟରୁ ୨୫୬୩ ବୁଥ୍ ସମ୍ବେଦନଶୀଳ ଚିହ୍ନଟ ହୋଇଛି । ମଇଦାନରେ ୬୬୭ ଜିଲ୍ଲା ପରିଷଦ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି । ସକାଳ ୭ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ଗତ ତିନୋଟି ପର୍ଯ୍ୟାୟ ମତଦାନ ବେଳେ ସାରା ରାଜ୍ୟରେ ହିଂସାକାଣ୍ଡ, ବୁଥ୍ ଜବରଦଖଲ, ରିଗିଂ ଭଳି ଘଟଣା ଘଟିଥିବାରୁ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଅଧିକରୁ ଅଧିକ ସୁରକ୍ଷା ବଳ ମୁତୟନ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ବୁଥ୍ ଗୁଡ଼ିକରେ ଶାନ୍ତି ଶୃଙ୍ଖଳାର ସହ ମତଦାନ କରାଇବା ଲାଗି ଆବଶ୍ୟକ ପଦେକ୍ଷେପ ନିଆଯାଇଛି। ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍ ଉପରେ ବିଶେଷ ଧ୍ୟାନ ଦିଆଯାଇଛି।
More Stories
ଗୋଟିଏ ହ୍ବିସିଲ୍ରେ ଭାଙ୍ଗିଯିବ ବିଜେଡି…..
ସ୍ୱର୍ଗଦ୍ୱାରରେ କାଠ ବଦଳରେ ଘସିରେ ହେବ ଶବଦାହ…..
ଗର୍ଭବତୀ କର୍ମଚାରୀଙ୍କୁ ମେଡିକାଲ ଛାଡ଼ିଲେନି ସିଡିପିଓ……