ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଧାନସଭା ଶୀତ ଅଧିବେଶନରେ ସୋମବାର ପ୍ରତାପ କେଶରୀ ଦେବଙ୍କ ଏକ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତରରେ ରାଜ୍ୟବାସୀଙ୍କୁ ଏକ ବଡ଼ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତରରେ କହିଛନ୍ତି, ୨୦୨୪ ଜୁନ ୧୨ ତାରିଖରୁ ୨୦୨୬ ନଭେମ୍ବର ୧୫ ତାରିଖ ସୁଦ୍ଧା ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଅଢ଼େଇ ବର୍ଷ ମଧ୍ୟରେ ୧୪୧ଟି ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ କରାଯାଇଛି। ସେହିପରି ୨୩୭ଟି ଫନ୍ଦି ମାମଲା ରହିଛି। ୧୪୭ଟି ଅର୍ଥ ତୋଷରପାତ ମାମଲା ରୁଜୁ କରିଛି ରାଜ୍ୟ ଭିଜିଲାନ୍ସ। ମାମଲାରେ ମୋଟ ୭୦୬ ଜଣ ଅଧିକାରୀ ଏବଂ କର୍ମଚାରୀ ରହିଛନ୍ତି। ତନ୍ମଧ୍ୟରେ ୧୩୫ ପ୍ରଥମ ଶ୍ରେଣୀ, ୧୧୪ ଦ୍ୱିତୀୟ ଶ୍ରେଣୀ ଅଧିକାରୀ, ୩୮୪ ତୃତୀୟ ଶ୍ରେଣୀ, ୧୪ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ମୋଟ ୫୨୫ଟି ମାମଲାରେ ୫୫୦ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ୨୪୬ ସରକାରୀ ଅଧିକାରୀ ଏବଂ କର୍ମଚାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।






More Stories
ବାତ୍ୟା ଲ୍ୟାଣ୍ଡଫଲ୍ ପରେ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ…..
ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା…..
‘ଅକୱାନ’ର ମୁକାବିଲା ପାଇଁ ରାଜ୍ୟ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ……