ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ହକି ଫିଭର ଜାରିରହିଛି। ଭାରତ ଖେଳୁଥିବା ମ୍ୟାଚର ଟିକେଟ ପାଇବାକୁ ପ୍ରବଳ ପ୍ରତିଯୋଗିତା | ଏପରି ସୁଯୋଗରେ ଅନଲାଇନ୍ରେ ଚଢ଼ା ଦାମରେ ଟିକେଟ ବିକ୍ରି କରି ମାଲେମାଲ ହେଉଥିବା ୫ ଜଣଙ୍କୁ ଶହୀଦ ନଗର ଥାନା ପୋଲିସ ଗିରଫ କରିଛି । ଏହି କଳାବଜାରୀମାନେ ୧୦୦ ଟଙ୍କାର ଟିକେଟକୁ ହଜାରେ ଟଙ୍କା, ୨ ଶହ ଟିକଟକୁ ୨ ହଜାର ଓ ୫ ଶହ ଟଙ୍କାର ଟିକଟକୁ ୪ ହଜାର ଟଙ୍କାରେ ବିକ୍ରି କରୁଥିଲେ । ଏହା ଜାଣି ସେମାନଙ୍କୁ ଧରିବାକୁ ଜାଲ ବିଛାଇଲା ପୋଲିସ । ଆଉ ଜାଲ୍ରେ ପଡ଼ି ଏବେ ପୋଲିସ କବଜାରେ ଅଛନ୍ତି ଏହି ୫ କଳାବଜାରୀ। ସୋଶାଲ ମିଡିଆ ପ୍ଲାଟଫର୍ମକୁ ବ୍ୟବହାର କରୁଥିଲେ। ମ୍ୟାଚ ଦେଖିବାକୁ ଆଗ୍ରହୀ ଲୋକେ କଲ୍ କଲେ ସେମାନେ ନିର୍ଦ୍ଦିଷ୍ଟ ଜାଗାକୁ ଡାକୁଥିଲେ। ଏହାପରେ ଟଙ୍କା ନେଇ ଟିକେଟ ଦେଉଥିଲେ।






More Stories
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଘୋଷଣା…..
ସ୍ୱନକ୍ଷତ୍ର ଉତ୍ସବରେ ୬୬୨ବର୍ଗ କଲେଜ ସଂଘର ଶପଥ……
ପଞ୍ଚାୟତ ନିର୍ବାଚନକୁ ନେଇ ଆସିଲା ବଡ ସୂଚନା…..