ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତର ପ୍ରଦେଶ ବସ୍ତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଛି । ୨୮ ନମ୍ବର ଜାତୀୟ ରାଜପଥ ପୁରୈନା ଚାରିଛକରେ ଏହି ଦୁର୍ଘଟଣା ହୋଇଛି। ଏକ କଣ୍ଟେନର ପଛପରେ କାର୍ ପଶି ଯାଇଛି। କାର ଲକ୍ଷ୍ନୌରୁ ବସ୍ତି ଯାଉଥିଲା। କାରରେ ୭ଜଣ ଥିଲେ, ସେମାନଙ୍କ ମଧ୍ୟରୁ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଜଣେ ଶିଶୁକୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଆଉ ଜଣକର ସ୍ଥିତି ଗୁରୁତର ରହିଛି। ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ମୃତକଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଦୁର୍ଘଟଣାରେ ଆହତଙ୍କ ଉପଚାର ତଥା ପ୍ରଭାବିତଙ୍କୁ ସମ୍ଭାବ୍ୟ ସାହାଯ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ବହୁ କଷ୍ଟରେ ଶବ ବାହାର କରିଥିଲା। କାରକୁ ଗ୍ୟାସ କଟର ସାହାଯ୍ୟରେ କଟାଯାଇଥିଲା। ଏହାପରେ ଶବ ବାହାର କରାଯାଇଥିଲା। ଶବ ଜବତ କରି ବ୍ୟବଛେଦ ପାଇଁ ପଠାଯାଇଥିବା ନେଇ ଜଣାପଡିଛି ।
Discussion about this post