Report Card Odisha

| Daily Odia News

୫ କେଦାରନାଥ ତୀର୍ଥଯାତ୍ରୀଙ୍କ ମୃତ୍ୟୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତରାଖଣ୍ଡ ଗୁପ୍ତକାଶୀ-ଗୌରୀକୁଣ୍ଡ ହାଇୱେରେ ଭୂସ୍ଖଳନ ଯୋଗୁଁ ୫ କେଦାରନାଥ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଏକ ବିଶାଳ ପଥର ଖଣ୍ଡ ସେମାନଙ୍କ କାର୍‌ ଉପରେ ଖସି ପଡ଼ିବା ଫଳରେ କାର୍‌ରେ ଥିବା ସମସ୍ତ ୫ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ଜଣ ଗୁଜରାଟର ବାସିନ୍ଦା। ଗୁପ୍ତକାଶୀ-ଗୌରୀକୁଣ୍ଡ ରାଜପଥର ଫାଟା ନିକଟସ୍ଥ ତରସାଲିରେ ଭୂସ୍ଖଳନ ହୋଇଛି। ଖବର ପାଇ ସଙ୍ଗେସଙ୍ଗେ ଏସ୍‌ଡିଆରଏଫ୍‌ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରବଳ ବର୍ଷା ପାଇଁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିଲ‌ା। ପରିଶେଷରେ ପଥର ଖଣ୍ଡ ପଡ଼ି ଚୁରମାର ହୋଇଥିବା କାର୍‌ରୁ ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଉଛନ୍ତି ଗୁଜରାଟର ଜିଗର ଆର୍‌ ମୋଦୀ, ମହେଶ ଦେଶାଇ, ପରିକ ଦିବ୍ୟାଂଶ ଏବଂ ହରିଦ୍ବାରର ମିଣ୍ଟୁ କୁମାର ଓ ମନୀଷ କୁମାର। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ବିଭିନ୍ନ ଭୂସ୍ଖଳନ ସ୍ଥଳ ବୁଲି ସ୍ଥିତି ସମୀକ୍ଷା କରୁଛନ୍ତି।

Breaking News