ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ଗଳାକାଟି ହତ୍ୟା କରାଯାଇଛି। ଏଭଳି ହତ୍ୟା କାଣ୍ଡ ଘଟିଛି ଉତ୍ତର ପ୍ରଦେଶର ପ୍ରୟାଗରାଜରେ | ସମସ୍ତଙ୍କ ମୃତଦେହ ଘର ଭିତରୁ ମିଳିଛି। ୪ ଜଣଙ୍କ ମୃତଦେହ ଗଳା କଟା ଅବସ୍ଥାରେ ବେଡ୍ ରୁମ୍ରୁ ମିଳିଥିବା ବେଳେ ଜଣଙ୍କ ମୃତଦେହ ବାଥରୁମରୁ ମିଳିଛି। ପ୍ରୟାଗରାଜର ଖାଗଲପୁର ଗାଁରେ ଘଟିଥବା ଏହି ଘଟଣା ସମସ୍ତଙ୍କୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ପୋଲିସ ପକ୍ଷରୁ ସୂଚନା ମିଳିଛି କି ସମସ୍ତ ମୃତକ ଗୋଟିଏ ପରିବାରର। ସ୍ୱାମୀ, ସ୍ତ୍ରୀ ଓ ତାଙ୍କର ୨ ଝିଅ ଏବଂ ଜଣେ ପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୪୨ ବର୍ଷୀୟ ମୃତକ ରାହୁଲ ତିୱାରୀ ତାଙ୍କ ୩୮ ବର୍ଷୀୟ ପତ୍ନୀ ପ୍ରୀତି, ଝିଅ ମାହି, ପିହୁ ଓ ପୁଅ ପୋହୁଙ୍କ ସହ ଏଠାରେ ଗୋଟିଏ ଭଡ଼ା ଘର ନେଇ ରହୁଥିଲେ। ଏମାନଙ୍କ ପ୍ରକୃତ ଘର ହେଉଛି କୌଶମ୍ବୀରେ। ପ୍ରୀତି, ମାହି, ପିହୁ ଓ ପୋହୁଙ୍କ ମୃତଦେହ ପୋଲିସ ଶୋଇବା ଘରୁ ଉଦ୍ଧାର କରିଛି। ସେହିପରି ରାହୁଲଙ୍କ ମୃତଦେହ ବାଥରୁମ ମଧ୍ୟରୁ ମିଳିଛି। ସମସ୍ତଙ୍କ ବେକକୁ ଧାରୁଆ ଅସ୍ତ୍ରରେ କଟା ଯାଇଛି। ସେହିପରି ରାହୁଲଙ୍କ ବେକରେ କଟକା ଦାଗ ଥିଲେ ମଧ୍ୟ ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ପ୍ରାଥମିକ ତଦନ୍ତରୁ ଏହି ଘଟଣା ପଛର କାରଣ କିଛି ବି ଜଣାପଡ଼ିନାହିଁ। କୌଣସି ପାରିବାରିକ ଶତ୍ରୁତା କିମ୍ବା ଅନ୍ୟ କୌଣସି କାରଣରୁ ଏତେ ବଡ଼ ଘଟଣା ଘଟିଥିବା କୁହାଯାଉଛି। ପୋଲିସ ସବୁ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଆରମ୍ଭ କରିଛି। ସନ୍ଧାନୀ କୁକୁର ଓ ଫରେନ୍ସିକ ଟିମ୍ର ସହାୟତାରେ ପୋଲିସ ଯାଞ୍ଚ ଆରମ୍ଭ କରିଛି।






More Stories
ଆଶାଙ୍କ ପରଲୋକର:ଭାବପ୍ରବଣ ହୋଇପଡ଼ିଲେ ମୋଦି…..
ଲୋକସଭା-ରାଜ୍ୟସଭା ସଦସ୍ୟଙ୍କୁ ହ୍ୱିପ୍ ଜାରି…..
ଆଶା ଭୋସ୍ଲେଙ୍କ ପରଲୋକ…..