Report Card Odisha

| Daily Odia News

ପଞ୍ଚମ ପର୍ଯ୍ୟାୟ ପ୍ରଚାର ଶେଷ, ଆସନ୍ତାକାଲି ମତଦାନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ପାଇଁ ଶନିବାର ପ୍ରଚାର ଶେଷ ହୋଇଛି। ସୋମବାର ପଞ୍ଚମ ପର୍ଯ୍ୟାୟରେ ୬ ରାଜ୍ୟ ଏବଂ ୨ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ୍‌ ୪୯ ଆସନରେ ଭୋଟ୍‌ ଗ୍ରହଣ ହେବ। ୬୯୫ ପ୍ରାର୍ଥୀ ଏହି ପର୍ଯ୍ୟାୟରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ପଞ୍ଚମ ପର୍ଯ୍ୟାୟରେ ବିହାର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଝାଡ଼ଖଣ୍ଡ, ଓଡ଼ିଶା, ଜମ୍ମୁ କାଶ୍ମୀର ଏବଂ ଲଦାଖରେ ଭୋଟ୍‌ ଅଛି। ବିହାରରେ ୫ଟି ଆସନ , ଜମ୍ମୁ କାଶ୍ମୀରରେ ଗୋଟିଏ ଆସନ (ବାରମୂଳା), ଝାଡ଼ଖଣ୍ଡରେ ୩ ଆସନ, ଲଦାଖରେ ୧, ମହାରାଷ୍ଟ୍ରରେ ୧୩, ଓଡ଼ିଶାରେ ୫, ଉତ୍ତରପ୍ରଦେଶରେ ୧୪ ଏବଂ ପଶ୍ଚିମବଙ୍ଗରେ ୭ଟି ଆସନରେ ଭୋଟ୍‌ ଗ୍ରହଣ ହେବ। ପଞ୍ଚମ ପର୍ଯ୍ୟାୟରେ କେବଳ ୧୨ ପ୍ରତିଶତ ପ୍ରାର୍ଥୀ ମହିଳା ଅଛନ୍ତି। ପଞ୍ଚମ ପର୍ଯ୍ୟାୟରେ ଥିବା‌ ୬୯୫ ପ୍ରାର୍ଥୀଙ୍କ ମଧ୍ୟରୁ ୮୨ ଜଣ ହେଉଛନ୍ତି ମହିଳା। ୨୩ ପ୍ରତିଶତ ପ୍ରାର୍ଥୀ ସେମାନଙ୍କ ବିରୋଧରେ ଆପରାଧିକ ମାମଲା ଘୋଷଣା କରିଥିବାବେଳେ ୧୮ ପ୍ରତିଶତ ସେମାନଙ୍କ ବିରୋଧରେ ସାଘାଂତିକ ଆପରାଧିକ ମାମଲା ଥିବା ଘୋଷଣା କରିଛନ୍ତି। ଆଜି ୫ମ ପର୍ଯ୍ୟୟ ପ୍ରଚାର ଶେଷ ଦିବସରେ ଇଣ୍ଡି ମେଣ୍ଟ ଓ ଏନ୍‌ଡିଏର ନେତାମାନେ ମାରାଥନ ପ୍ରଚାର କରିଛନ୍ତି। ନିର୍ବାଚନ କମିସନଙ୍କ ପକ୍ଷରୁ ସମସ୍ତ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍‌ଗୁଡ଼ିକ ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି।

Breaking News