ରିପୋର୍ଟ କାର୍ଡ / ଭୁବନେଶ୍ୱର
କିଛିସୟ ପୂର୍ବରୁ ବିଜେଡି ଛାଡିଥିବା ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଜେପିରେ ମିଶି ହୋଇଛନ୍ତି । ସେ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସାମିଲ ହୋଇ ପଦ୍ମ ଧରିଛନ୍ତି। ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ସିଂ ତୋମର ଓ ରାଜ୍ୟ ସଭାପତି ମନମୋହନ ସାମଲ ଓ ନିମାପଡ଼ା ବିଜେପି ବିଧାନସଭା ପ୍ରାର୍ଥୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ସମୀର ରଞ୍ଜନ ଦାଶ ବିଜେପିରେ ଯୋଗ ଦେଇଛନ୍ତି। ଏହାପରେ ସେ କହିଛନ୍ତି, ଏଥର ନିମାପଡ଼ାରୁ ବିଜେପି ବିଧାନସଭା ପ୍ରାର୍ଥୀ ପ୍ରଭାତୀ ପରିଡ଼ା ଲକ୍ଷାଧିକ ଭୋଟରେ ବିଜୟୀ ହେବେ। ଗତ ୧୦ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶରେ ପ୍ରେରିତ ହୋଇବିଜେପିରେ ସାମିଲ ହେଲି। ଦଳ ମୋତେ ଯେଉଁ ଦାୟିତ୍ବ ଦେବ ତାହାକୁ ମୁଁ ନିଷ୍ଠାର ସହ ପାଳନ କରିବି। ଆଗରୁ ସେ ୧୯୯୮ରୁ ୨୦୦୬ ଯାଏ ବିଜେପିରେ ଥିଲେ। ଏଣୁ ତାଙ୍କର ଘରବାହୁଡ଼ା ହୋଇପାରେ ବୋଲି ଆଲୋଚନା ହେଉଥିଲା।






More Stories
ଅଥର୍ବ ବେଦରେ ଲୋକଙ୍କ ହିତ ପାଇଁ ମନ୍ତ୍ର ଚିକିତ୍ସା ଆଲୋଚନା…..
ପ୍ଲାଟିନମ୍ ଉପାଦାନ ଉତ୍ତୋଳନ ସଫଳ…..
ରୁପା ଆମଦାନୀ ଉପରେ କଟକଣା……