ରିପୋର୍ଟ କାର୍ଡ / ଭୁବନେଶ୍ବର
ଶୁକ୍ରବାର ୭୯ ତମ ସ୍ବାଧୀନତା ଦିବସ। ଏଥିପାଇଁ ସାରା ରାଜ୍ୟରେ ପ୍ରସ୍ତୁତି ଶେଷ ହୋଇଛି। ବିଦ୍ୟାଳୟ, ଅଫିସଠାରୁ ଆରମ୍ଭ କରି ବିିଭିନ୍ନ ସ୍ଥାନରେ ଏହି ଦିନଟିକୁ ପାଳନ କରିବାକୁ ଲୋକେ ଉତ୍ସାହିତ ହୋଇପଡ଼ିଛନ୍ତି। ଭୁବନେଶ୍ବର ଗାନ୍ଧୀମାର୍ଗରେ ଆଜି ଶେଷ ପ୍ୟାରେଡ ଅଭ୍ୟାସ ଆୟୋଜିତ ହୋଇଛି । ଚଳିତ ବର୍ଷ ପୋଲିସ ବ୍ୟାଣ୍ଡ ସହ ବିଭିନ୍ନ ସ୍କୁଲର ବ୍ୟାଣ୍ଡ ମଧ୍ୟ ପ୍ୟାରେଡ ସମାରୋହରେ ତାଙ୍କ କମାଲ ଦେଖାଇବେ । ଏଥର ସ୍ବାଧୀନତା ଦିବସ ପ୍ୟାରେଡ ସମାରୋହରେ ନେତୃତ୍ଵ ନେବେ କଣ୍ଟିଜେଣ୍ଟ କମାଣ୍ଡର ଅନନ୍ୟା ଅବସ୍ତି । ଏଥର ଏହି ପ୍ୟାରେଡ ସମାରୋହରେ ନୂତନ ଭାବେ ସାମିଲ୍ ହୋଇଛନ୍ତି ଆନ୍ଧ୍ର ପୋଲିସ । ଏହି ରାଜ୍ୟସ୍ତରୟ ପ୍ୟାରେଡ ସମାରୋହରେ ପୁଲିସର ବିଭିନ୍ନ ପ୍ଲାଟୁନ ଯଥା ଓଏସଏପି, ଆଇଆର ବାଟାଲିୟନ, ଏସଓଜି, ଓଏସଏଫ୍, ଓଆଇଏସଏଫ୍, ଓଡ୍ରାଫ, ଟ୍ରାଫିକ ପୋଲିସ ସହ ଫାୟାର ସର୍ଭିସ୍ ଏବଂ ଆଇଟିବିପି, ଏନଡିଆରଏଫ୍, ବିଏସଏଫ୍, ସିଆରପିଏଫ୍ ଭଳି ୫୦ଟି କଣ୍ଟିଜେଣ୍ଟ ପ୍ୟାରେଡରେ ସାମିଲ ହେବେ । ଏହାସହ ଏକାଧିକ ସ୍କୁଲ ଛାତ୍ରଛାତ୍ରୀମାନେ ପ୍ୟାରେଡରେ ଅଂଶ ଗ୍ରହଣ କରିବେ । ଆଜି ଏନେଇ ଶେଷ ଅଭ୍ୟାସ ଆୟୋଜିତ ହୋଇଛି ।






More Stories
ଭୁବନେଶ୍ୱର ଗଣବଳାତ୍କାର:ଝିଅମାନେ ରାତି ୮ଟା ପରେ…..
ବଢ଼ିବ ଜମି ମୂଲ୍ୟ…..
ବିଶ୍ଵସନୀୟତା ହରାଉଛି ସରକାର….