Report Card Odisha

| Daily Odia News

ରାଜ୍ୟରେ ନିର୍ମାଣ ହେବ ଆଉ ୫୦୦ ବାତ୍ୟା ଆଶ୍ରୟସ୍ଥଳୀ.…

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଗୁରୁବାର ଆରମ୍ଭ ହୋଇଥିବା ବିଧାନସଭା ପ୍ରଶ୍ନକାଳରେ ବିଜେଡି ବିଧାୟକ ପ୍ରତାପ ଦେବଙ୍କ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ପ୍ରତାପ ଦେବଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପୂଜାରୀ କହିଛନ୍ତି, ରାଜ୍ୟରେ ଆଉ ୫୦୦ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହେବ। ଏଥିସହିତ ୮୧୨ ବହୁମୁଖୀ ଆଶ୍ରୟସ୍ଥଳୀର ମରାମତି ମଧ୍ୟ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏନେଇ ଅର୍ଥ କମିଶନଙ୍କୁ ସରକାର ଜଣାଇଛନ୍ତି, ଖୁବ୍‌ଶୀଘ୍ର କାମ ହେବ। ବିଗତ ସରକାର ଘୋଷଣା କରି ଆମ ପାଇଁ ଛାଡ଼ିକି ଗଲେ। ଯାହା ଆମେ ପୂରଣ କରିବୁ ବୋଲି ମନ୍ତ୍ରୀ କହିଛନ୍ତି।

Breaking News