ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ରାଜ୍ୟରେ ୪୫୨ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୨୨୨୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୬୭ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୮୫ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।ଏହି ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୭ କରୋନା ପଜିଟିଭ ଚିହ୍ନଟ ହୋଇଛି | ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୨, ବାଲେଶ୍ୱର ୫, ବରଗଡ଼ ୧୯, ଭଦ୍ରକ ଜିଲ୍ଲା ୪, ବଲାଙ୍ଗୀର ୧୫, କଟକ ୨୬, ଦେଓଗଡ଼,ଢ଼େଙ୍କାନାଳ ଏବଂ ଜଗତସିଂହପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଗଜପତିରୁ ୪, ଗଞ୍ଜାମ ୧୩, ଯାଜପୁର ୮, ଝାରସୁଗୁଡ଼ା ୧୭, କଳାହାଣ୍ଡି ୨୯ କନ୍ଧମାଳ ୪, କେନ୍ଦ୍ରାପଡ଼ା ୨, କେନ୍ଦୁଝର ୩, କୋରାପୁଟ ୨, ମାଲକାନଗିରି ୨, ମୟୁରଭଞ୍ଜ ୧୦, ନବରଙ୍ଗପୁର ୮, ନୟାଗଡ଼ ଜଣେ, ନୂଆପଡ଼ା ୭୧, ପୁରୀ ୧୧, ରାୟଗଡ଼ା ୫, ସମ୍ବଲପୁର ୧୦, ସୁନ୍ଦରଗଡ଼ ୭୫, ଷ୍ଟେଟ୍ ପୁଲ୍ରୁ ୧୬ଜଣ ରହିଛନ୍ତି ।






More Stories
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଘୋଷଣା…..
ସ୍ୱନକ୍ଷତ୍ର ଉତ୍ସବରେ ୬୬୨ବର୍ଗ କଲେଜ ସଂଘର ଶପଥ……
ପଞ୍ଚାୟତ ନିର୍ବାଚନକୁ ନେଇ ଆସିଲା ବଡ ସୂଚନା…..