ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ୫୦୧୪ ଡାକ୍ତର ପଦବୀ ଖାଲି ପଡିଛି। ଆଜି ବିଧାନସଭାର ଶୀତକାଳୀନ ଅଧିବେଶନରେ ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି । ରାଜ୍ୟରେ ଡାକ୍ତର ନିଯୁକ୍ତି ହେଉ ନ ଥିବାବେଳେ ଏକାଧିକ ଡାକ୍ତର ଛୁଟିରେ ରହିବା ସ୍ୱାସ୍ଥ୍ୟସେବା ସଙ୍କଟରେ ପଡ଼ିଛି। ତେଣୁ ଏନେଇ କ’ଣ ପଦକ୍ଷେପ ନିଆଯାଉଛି ବୋଲି ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ସ୍ୱାସ୍ଥ୍ୟମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଛନ୍ତି । ରାଜ୍ୟରେ ୧୧୧୪ ସ୍ପେଶାଲିଷ୍ଟ ଡାକ୍ତରଙ୍କ ସହିତ ମୋଟ ୫ ହଜାର ୧୪ ପଦବୀ ଖାଲି ପଡିଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଗୃହରେ ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ରାଜ୍ୟର ୩୦ଟି ଜିଲ୍ଲାରେ ୩୭୫ଟି ସିଏଚସିରେ ଡାକ୍ତର ନାହାନ୍ତି। ସର୍ବାଧିକ ଗଞ୍ଜାମରେ ୪୫୦ ଡାକ୍ତରଙ୍କ ପଦବୀ ଖାଲି ପଡିଛି । ସେହିପରି ମୟୂରଭଞ୍ଜରେ ୩୦୯ ପଦବୀ ଖାଲି ପଡିଛି । ଖୋର୍ଦ୍ଧାରେ ୧୨, କଟକ ଏସସିବିରେ ୨୮୧ ଡାକ୍ତର ପଦବୀ ଖାଲି ପଡିଛି । ମୟୂରଭଞ୍ଜ ଓ ଗଞ୍ଜାମରେ ସର୍ବାଧିକ ୮୭ ଲେଖାଏଁ ସ୍ପେଶାଲିଷ୍ଟ ଡାକ୍ତର ପଦବୀ ଖାଲି ରହିଛି । ସେହିପରି ଖୋର୍ଦ୍ଧାରେ ୨୯, କଟକରେ ୪୩ ସ୍ପେଶାଲିଷ୍ଟ ଡାକ୍ତର ପଦବୀ ଖାଲି ପଡିଛି। ସରକାର ଡାକ୍ତରୀ ପଦବୀ ପୂରଣ ଦିଗରେ କାମ କରୁଛନ୍ତି । ପର୍ଯ୍ୟାୟକ୍ରମେ ଏସବୁ ପଦବୀ ପୂରଣ ହେବ ।






More Stories
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……
ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ…..