Report Card Odisha

| Daily Odia News

ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରିରହିଛି । ସକାଳ ୭ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଚାଲିବ। ଚତୁର୍ଥ ପର୍ଯ୍ୟାୟରେ ଉତ୍ତରପ୍ରଦେଶର ୯ ଜିଲ୍ଲାରେ ୫୯ ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ହେଉଛି । ଫୋକସରେ ଲକ୍ଷ୍ମୀପୁର ,ଖେରି ପରି ଅନେକ ନିର୍ବାଚନ ମଣ୍ଡଳୀ  |ଏହି ପର୍ଯ୍ୟାୟରେ ମୋଟ୍‌ ୬୨୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ୨୦୧୭ରେ ବିଜେପି ଏହି ୫୯ ଆସନରୁ ୫୧ଟିରେ ଜିତିଥିଲା। ୪ଟି ଆସନରେ ସମାଜବାଦୀ ପାର୍ଟି ଜିତିଥିଲା, ବିଏସ୍‌ପି (ବହୁଜନ ସମାଜ ପାର୍ଟି) ୩ଟି ଆସନ ଏବଂ ବିଜେପି ସହଯୋଗୀ ଆପ୍‌ନା ଦଳ ଗୋଟିଏ ଆସନରେ ଜିତିଥିଲା। ଏହି ପର୍ଯ୍ୟାୟରେ ପିଲିଭିଟ, ଲଖିମୁପର ଖେରି, ସୀତାପୁର, ହରଦୋଇ, ଉନ୍ନାଓ, ଲକ୍ଷ୍ନୌ, ରାଏବରେଲି, ବାନ୍ଦା ଏବଂ ଫତେପୁରରେ ଭୋଟ୍‌ ଅଛି। ଚତୁର୍ଥ ପର୍ଯ୍ୟାୟରେ ଥିବା ପ୍ରମୁଖ ପ୍ରାର୍ଥୀମାନେ ହେଉଛନ୍ତି ଉତ୍ତରପ୍ରଦେଶ ଆଇନ ମନ୍ତ୍ରୀ ବ୍ରିଜେଶ ପାଠକ। ସେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଏବଂ ଲକ୍ଷ୍ନୌ କ୍ୟାଣ୍ଟନେମଣ୍ଟ ଆସନରେ ୨ ଥର କର୍ପୋରେଟର ହୋଇଥିବା ସୁରେନ୍ଦ୍ର ସିଂହଙ୍କୁ ସାମ୍ନା କରିବେ। ଅନ୍ୟଜଣେ ମନ୍ତ୍ରୀ ଆଶୁତୋଶ ଟାଣ୍ଡନ ଲକ୍ଷ୍ନୌ ପୂର୍ବ ଆସନରୁ ଲଢ଼ୁଛନ୍ତି। କଂଗ୍ରେସ ଦଖଲରେ ଥିବା ରାଏବରେଲିରେ ବି ଚଳିତ ପର୍ଯ୍ୟାୟରେ ଭୋଟ୍‌ ଅଛି।

Breaking News