ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅଜି ସକାଳୁ ମହାରାଷ୍ଟ୍ରର ମନ୍ତ୍ରୀ ତଥା ଏନ୍ସିପି ନେତା ନୱାବ ମଲିକଙ୍କୁ ଘରୁ ଉଠାଇନେଇଛି ଇଡି। ମୁମ୍ବାଇ ସ୍ଥିତ ଇଡି ଅଫିସକୁ ନେଇ ତାଙ୍କୁ ପଚରାଉଚରା ଜାରି ରହିଛି। କଥିତ ରୂପେ ଅଣ୍ଡରୱାର୍ଲ୍ଡ ସହ କନେକସନ୍ ଥିବା ଏକ ସମ୍ପତ୍ତି ମାମଲାରେ ତାଙ୍କୁ ପଚରାଉଚରା ଚାଲିଛି। ଏଏନ୍ଆଇ ରିପୋର୍ଟ ମୁତାବକ, ଇଡିର ଏକ ଟିମ୍ ଆଜି ସକାଳୁ ନୱାବ ମଲିକଙ୍କ ଘରୁ ଯାଇଥିଲା। ସେଠାରେ ମନ୍ତ୍ରୀ ନୱାବ ମଲିକଙ୍କୁ ପ୍ରାୟ ଏକ ଘଣ୍ଟା ଜେରା କରିଥିଲା ଇଡି। ଏହାପରେ ପ୍ରାୟ ସାଢ଼େ ୭ଟାରେ ଇଡିର ଅଧିକାରୀମାନେ ମଲିକଙ୍କୁ ମୁମ୍ବାଇ ସ୍ଥିତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଫିସକୁ ଆଣି ପଚରାଉଚରା କରୁଛନ୍ତି। ଏହି ସମୟରେ ରାକମ୍ପା ନେତାଙ୍କ ପୁଅ ଆମୀର ମଲିକ ମଧ୍ୟ ସାଙ୍ଗରେ ଥିଲେ। ସୂଚନା ମୁତାବକ, ଗତ ବର୍ଷ ନଭେମ୍ବରରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ମଲିକ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମଙ୍କ ଠାରୁ ପ୍ଲଟ୍ କିଣିଥିବା ନେଇ ଅଭିଯୋଗ ଆଣିଥିଲେ। ଏଥିସହ ଏହି ପ୍ଲଟଟି ମୁମ୍ବାଇ ବିସ୍ଫୋରଣରେ ସାମିଲ ହୋଇଥିବା ଅଭିଯୁକ୍ତଙ୍କର ବୋଲି ସେ ଦାବି କରିଥିଲେ।






More Stories
ନୀତୀଶ ହେବେ ଉପ-ପ୍ରଧାନମନ୍ତ୍ରୀ !…..
ଦିଲ୍ଲୀରେ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ…..
କିଭ୍ ଉପରେ ରୁଷ୍ର ଆକ୍ରମଣ; ୩୦ମୃତ…..