Report Card Odisha

| Daily Odia News

ପୁରୀ ଗସ୍ତରେ ୫ଟି ସଚିବ ଭି କେ ପାଣ୍ଡିଆନ୍….

ରିପୋର୍ଟ କାର୍ଡ / ପୁରୀ

ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ୫ଟି ସଚିବ ଭି କେ ପାଣ୍ଡିଆନ୍।‌ ଆଜି ସକାଳୁ ୫ଟି ସଚିବ ଏବଂ ତାଙ୍କ ଧର୍ମପତ୍ନୀ ଯାଇ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରି | ତେବେ ଏହି ଗସ୍ତ ଅବସରରେ ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ବୁଲି ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି। ଏହି ସମୟରେ ଜିଲ୍ଲାପାଳ ସମର୍ଥ ବର୍ମା, ଓବିସିସି ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି । ଉଲ୍ଲେଖ ଯୋଗ୍ୟ- ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପ୍ରସଙ୍ଗ ନେଇ ଶୁକ୍ରବାର ସୁପ୍ରିମକୋର୍ଟଙ୍କ ରାୟ ଆସିଲା ପରେ ୫ଟି ସଚିବ ଭି କେ ପାଣ୍ଡିଆନ୍ ଓ ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।‌

Breaking News