ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଧ୍ୟପ୍ରଦେଶ ସ୍ଥିତ ଖଣ୍ଡୱାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି | ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ବେଳେ ୨ ଜଣ ଶିଶୁ ରହିଛନ୍ତି । ଖଣ୍ଡୱାର ଖିରକିୟା-ଖାଲବା ମଧ୍ୟରେ ଧନୋରା ଗାଁରେ ଟ୍ରାକ୍ଟର-ଟ୍ରୋଲି ଓଲଟିପଡିବାରୁ ଏହି ଦୁର୍ଘଟଣା ଘଟିଛି। ଏହାସହ ପ୍ରାୟ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରି ଚିିକିତ୍ସା ଜାରି ରହିଛି। ଟ୍ରାକ୍ଟରରେ ପ୍ରାୟ ୩୫ ଜଣ ମେଧାପାଣିର କୁନବା ହରଦାରେ ଥିବା କୌଣସି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିଲେ। ପୁଲିସ ସୂଚନାନୁଯାୟୀ, ପ୍ରାୟ ରାତି ୭ଟା୩୦ରେ ଏହି ଦୁର୍ଘଟଣା ଘଟିଛି। ଟ୍ରାକ୍ଟର-ଟ୍ରୋଲି ଅନିୟନ୍ତ୍ରିତ ହୋଇ ଓଲଟି ପଡିବା ପରେ ୩୫ ଜଣ ତଳକୁ ଖସି ପଡିଥିଲେ। ଖବର ପାଇ ପୁଲିସ,ଉଦ୍ଧାରକାରୀ ଓ ସ୍ଥାନୀୟ ଲୋକେ ଟ୍ରାକ୍ଟର ତଳେ ଚାପି ହୋଇ ରହିଥିବା ମୃତଦେହକୁ ଉଦ୍ଧାର କରିଥିଲେ। ଏହାପରେ ହସ୍ପିଟାଲରେ ଭର୍ତ୍ତି କରିବା ପରେ ଚିକିତ୍ସାଧୀନ ଅବସ୍ଥାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣଙ୍କ ଅବସ୍ଥାରେ ଗୁରୁତର ରହିଛି ବୋଲି ସୂଚନା ମିଳିଛି।






More Stories
ଜେଲରେ ରହିଲେ PM-CMଙ୍କ ବିରୋଧରେ କ’ଣ ହେବ ଆକ୍ସନ? ସଂସଦୀୟ କମିଟିର ପରାମର୍ଶ…..
ମୋତେ ଚୁପ୍ କରିବା ପାଇଁ ହେଲେ ହତ୍ୟା କରିବାକୁ ପଡ଼ିବ…..
ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି…..