ରିପୋର୍ଟ କାର୍ଡ / ଫୁଲବାଣୀ
ଫୁଲବାଣୀର କୋଟଗଡ ଥାନା କୁଟିବାଲି ନିକଟରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ରୁ ଅଧିକ ଲୋକେ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ମୃତାହତ ଅଟାଲି ଗାଁର ବୋଲି ଜଣାପଡିଛି । ସେମାନେ ଭ୍ୟାନରେ ମାଦାଙ୍ଗୀ ଗାଁରେ ଏକ ଭୋଜିରେ ଯୋଗ ଦେବାକୁ ଯାଉଥିଲେ। ଏହି ସମୟରେ ଭ୍ୟାନ ପିଟି ଗଛରେ ପିଟି ହୋଇ ଏହି ଦୁର୍ଘଟଣା ଘଟିଛି। ଖବର ପାଇ ପୋଲିସ ଓ ଉଦ୍ଧାରୀକାରୀ ଦଳ ସ୍ଥାନୀୟଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଆହତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ପ୍ରଥମେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା ବୋଲି ସୂଚନା ମିଳିଥିଲା।
More Stories
କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ…..
‘ବିକଶିତ ଗାଁ,ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ….
ମହାକୁମ୍ଭରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ…..