Report Card Odisha

| Daily Odia News

ହାତୀ ଆକ୍ରମଣରେ ଯବାନ ଆହତ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ହାତୀ ଆକ୍ରମଣରେ ୮୮ ବିଏସଏଫ୍ ବାଟାଲିୟନର ୬ଜଣ ଯବାନ ଆହତ ହୋଇଛନ୍ତି। ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ମୁଣ୍ଡାସାହି ନିକଟରେ ନକ୍ସଲ ବିରୋଧୀ ଟ୍ରେନିଂ ବେଳେ ଏହି ଅଘଟଣ ଘଟିଛି। ଆହତ ଯବାନମାନଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଚନ୍ଦକା ମୁଣ୍ଡାସାହି ନିକଟରେ ଥିବା ଜଙ୍ଗଲରେ ଯବାନମାନଙ୍କର ନକ୍ସଲ ବିରୋଧୀ ଟ୍ରେନିଂ ଚାଲିଥିଲା। ଏହି ସମୟରେ ଏକ ହାତୀ ପଲ ଆସି ସେମାନଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଯବାନମାନେ ହାତୀ ଆକ୍ରମଣରରୁ ବଞ୍ଚିବା ପାଇଁ ଫାଙ୍କା ଗୁଳିଚାଳନା କରିଥିଲେ। ପରେ ହାତପଲ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ହାତୀ ଆକ୍ରମଣରେ ୬ ଜଣ ଯବାନ ଆହତ ହୋଇଥିଲେ। ଆହତ ଯବାନଙ୍କ ସ୍ୱାସ୍ଥ୍ୟଅବସ୍ଥା ଭଲ ଥିବା ଜଣାଯାଇଛି।

Breaking News