ରିପୋର୍ଟ କାର୍ଡ / ଭୁବନେଶ୍ଵର
ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅକବାନ’ର ଲ୍ୟାଣ୍ତଫଲ କରି ସାରିଛି। ଏହି ପର୍ଯ୍ୟାୟରେ ବିଭିନ୍ନ ଜିଲ୍ଲାର ସ୍ଥିତି କଣ ରହିଛି, ସେ ସଂପର୍କରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ଆଜି ସକାଳେ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର(ଏସଇଓସି) କାର୍ଯ୍ୟାଳରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ସ୍ଥିତି ସମୀକ୍ଷା କରି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସମୁଦ୍ର ଓ ସ୍ଥଳଭାଗରେ ପବନରେ ବେଗ ସ୍ଥିତି ସମ୍ପର୍କରେ ଆଇଏମଡିର ସୂଚନା ଅନୁସାରେ ସମୁଦ୍ର ଭିତରେ ପବନର ବେଗ ୭୦ରୁ ୮୦ କିମି ପ୍ରତି ଘଣ୍ଟା ଓ ବେଳେ ବେଳେ ଝଟକା ପବନ ୯୦ କିମି ପ୍ରତି ଘଣ୍ଚା ପବନର ବେଗ ରହିଥିଲା। ସ୍ଥଳଭାଗ ଛୁଇଁବା କ୍ଷଣି ଏହାର ବେଗ କମିବ। ଆଜି ସକାଳ ସୁଦ୍ଧା ବିଭିନ୍ନ ଜିଲ୍ଲାରେ ବର୍ଷାର ପରିମାଣ ରେକର୍ଡ କରାଯାଇଛି। ଅଧିକ ବର୍ଷା ହୋଇଥିବା ଜିଲ୍ଲା ମଧ୍ୟରେ ଗଂଜାମ ଜିଲ୍ଲାରେ ୧୧୪ .୬ ମି.ମି, କେନ୍ଦ୍ରାପଡାରେ ୬୪.୬ମିମି, ପୁରୀରେ ୬୧ .୧, ଜଗତସିଂହପୁରରେ ୫୧.୩, ଭଦ୍ରକରେ ୫୦.୯, ମୟୁରଭଂଜରେ ୪୩ .୯, ବାଲେଶ୍ୱରରେ ୪୩.୭, କଟକରେ ୪୦.୪, ଯାଜପୁରରେ ୩୭.୫, ନୟାଗଡ଼ରେ ୩୩ .୮, କନ୍ଧମାଳରେ ୩୩ .୫, ଢେଙ୍କାନାଳରେ ୩୨.୪, କେନ୍ଦୁଝରରେ ୨୯ .୮, ଖୋର୍ଦ୍ଧାରେ ୨୪ .୫, ବଲାଙ୍ଗୀରରେ ୨୪.୪ ଗଜପତିରେ ୨୧.୯ ମି.ମି ବର୍ଷା ହୋଇଛି। ସମସ୍ତ ଜିଲ୍ଲାରେ ବର୍ଷା ହୋଇଛି। ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ ରାତି ସାରା କଣ୍ଟ୍ରୋଲ ରୁମରେ ଉପସ୍ଥିତର ରହି ବାତ୍ୟା ସ୍ଥିତି ପରିଚାଳନା କାର୍ଯ୍ୟ ତଦାରଖ କରିଥିଲେ। ଯେଉଁ ବରିଷ୍ଠ ଅଧିକାରୀମାନେ ରାଜ୍ୟ ସ୍ତରରୁ ବିଭିନ୍ନ ଜିଲ୍ଲାକୁ ଯାଇଥିଲେ, ସେମାନଙ୍କ ସହିତ ରାତି ସାରା ସ୍ଥିତି ଅନୁଧ୍ୟାନ କରାଯାଇ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ସ୍ଥିତି ନିୟନ୍ତ୍ରଣାଧିନ ରହିଛି ଏବଂ କୌଣସି ଜିଲ୍ଲାରେ ସେଭଳି କିଛି ଅସୁବିଧା ପରିଲକ୍ଷିତ ହୋଇନାହିଁ। ବ୍ରହ୍ମପୁର ଓ ଦିଗପହଣ୍ଡି ଭଳି ସହାରାଂଚଳ ରାସ୍ତା ଉପରେ ଅଧିକ ବର୍ଷା ଜନିତ ଜଳ ଯୋଗୁଁ ଜଳ ନିଷ୍କାସନ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଟିମ୍ ମୋଟର ବ୍ୟବସ୍ଥା ସହିତ ନିୟୋଜିତ ରହି କାର୍ଯ୍ୟ କରୁଛନ୍ତି। ବିଭିନ୍ନ ଜିଲ୍ଲାରେ ମୋଟ ୩ ଲକ୍ଷ ୭୨ ହଜାର ଲୋକଙ୍କୁ ବାତ୍ୟା-ବନ୍ୟା ତଥା ସୁରକ୍ଷିତ ଆଶ୍ରୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ପ୍ରାୟ ୧୦ ହଜାର ୦୧୦ ଜଣଙ୍କୁ ଆଶ୍ରୟ ସ୍ଥଳରେ ରଖାଯାଇଛି। ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୧,୫୪,୨୯୦ ଜଣ, କେନ୍ଦ୍ରାପଡ଼ାରୁ ୫୧,୯୫୬ ଜଣ, ପୁରୀରୁ ୪୦,୨୯୫ ଜଣ, ଗଜପତିରୁ ୨୮,୬୯୩ ଜଣ ଏବଂ ଖୋର୍ଦ୍ଧାରୁ ୨୩,୦୬୧ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଚିହ୍ନଟ ହୋଇଥିବା ୧୨,୨୯୪ ଜଣ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୪,୪୭୦ ଜଣଙ୍କୁ ଡାକ୍ତରଖାନା ଓ ମା’ ଗୃହକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅଦ୍ୟାବଧି ୧,୪୫୦ ଜଣ ଶିଶୁ ଜନ୍ମଗ୍ରହଣ କରିଛନ୍ତି। ସମସ୍ତ ମା’ ଓ ଶିଶୁ ସୁରକ୍ଷିତ ଅଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପୂର୍ବାହ୍ଣ ସମୟରେ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ରରେ ପହଁଚି ବାତ୍ୟାର ଗତିପଥ ଓ ସ୍ଥିତି ଅନୁଧ୍ୟାନ କରିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ବିଭିନ୍ନ ବିଭାଗର ସଚିବ ଏହି ସମୟରେ ଉପସ୍ଥିତ ଥିଲେ।






More Stories
ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା…..
‘ଅକୱାନ’ର ମୁକାବିଲା ପାଇଁ ରାଜ୍ୟ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ……
୧୦ ଜିଲ୍ଲାରେ ସ୍କୁଲ ଛୁଟି…..