Report Card Odisha

| Daily Odia News

ଆତ୍ମଘାତୀ ବିସ୍ଫୋରଣ, ୬ ମୃତ, ୧୫ରୁ ଉର୍ଦ୍ଧ୍ବ ଗୁୁରୁତର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଫଗାନିସ୍ତାନର ରାଜଧାନୀ କାବୁଲରେ ପୁଣି ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଦେଶର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଠାରୁ ମାତ୍ର କିଛି ଦୂରରେ ଆତ୍ମଘାତୀ ବିସ୍ଫୋରଣ ଫଳରେ ୬ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଆକ୍ରମଣରେ ୧୫ରୁ ଉର୍ଦ୍ଧ୍ବ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ମାନଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ନେଇ ଆଫଗାନିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଜାରି କରାଯାଇଥିବା ବେଳେ ଘଟଣା ପଛରେ କେଉଁ ସଂଗଠନର ହାତ ଅଛି ସେ ନେଇ ଜଣା ପଡିନି । ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ଅବଦୁଲ ନଫି ତାକୋର କହିଛନ୍ତି, ‘ଆଫଗାନିସ୍ତାନ ସେନା ଆତ୍ମଘାତୀ ବିସ୍ଫୋରଣ କରିବାକୁ ଥିବା ବ୍ୟକ୍ତିକୁ ଟାର୍ଗେଟ୍‌ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଧରିବା ପୂର୍ବରୁ ହିଁ ସେ ଶରୀରରେ ନେଇଥିବା ବିସ୍ଫୋରକ ହଠାତ୍ ବିସ୍ଫୋରଣ ଘଟିଥିଲା । ଯାହା ଫଳରେ ୬ ଜଣ ସାଧାରଣ ଜନତାଙ୍କ ମୃତ୍ୟୁ ଘଟିଛି ଓ ଅନେକ ଗୁରୁତର ରହିଛନ୍ତି । କାବୁଲ ପୋଲିସ ମୁଖପାତ୍ର ଖଲିଦ ଜାଦରାନ କହିଛନ୍ତି, ଜଣେ ବ୍ୟକ୍ତି ସନ୍ଦିଗ୍ଧ ଅବସ୍ଥାରେ ବିଦେଶ ମନ୍ତ୍ରାଳୟ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲା । ଚେକ୍‌ ପୋଷ୍ଟ ନିକଟରେ ତାକୁ ଅଟକାଇବାକୁ ପ୍ରୟାସ କରାଯାଇଥିଲେ ସୁଦ୍ଧା ସେ ରହିନଥିଲା । ବାଧ୍ୟ ହୋଇ ଗୁଳି ଚଳାଇଥିଲେ ତାଲିବାନ ସୁରକ୍ଷା ବଳ। ଏତିକି ବେଳେ ହଠାତ୍‌ ବିସ୍ଫୋରଣ ଘଟିଥିଲା । ସେଠାରା ଜନଗହଳି ଅଧିକ ଥିବାରୁ ସାଧାରଣ ଲୋକଙ୍କ ଜୀବନ ଯାଇଛି । ୩ ଜଣ ତାଲିବାନ ସିକ୍ୟୁରିଟି ଫୋର୍ସ ସଦସ୍ୟ ମଧ୍ୟ ଏଥିରେ ଗୁୁରୁତର ହୋଇଛନ୍ତି ।

Breaking News