ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଲାହୋର ସ୍ଥିତ ବାସଭବନରୁ ଖସି ଯିବାକୁ ଚେଷ୍ଟା କରୁଥିବା ୬ ସନ୍ଦିଗ୍ଧ ଆତଙ୍କାବଦୀଙ୍କୁ ଧରିଛି ପୋଲିସ। ଏହି ଆତଙ୍କବାଦୀମାନେ ଇମ୍ରାନଙ୍କ ଘରେ ଲୁଚି ରହିଥିଲେ। ତେବେ ସେମାନଙ୍କୁ ଗିରଫ କରାଯାଇଥିବା ପଞ୍ଜାବ ପୋଲିସ ଦାବି କରିଛି। ଏହି ଆତଙ୍କବାଦୀମାନେ କୋର କମାଣ୍ଡରଙ୍କ ଘରେ ଭଙ୍ଗାରୁଜା ଓ ପୋଡ଼ାଜଳା କରିବା ଘଟଣାରେ ସାମିଲ ଥିଲେ। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଉକ୍ତ ହିଂସା ଘଟଣାରେ ମୋଟ ୧୪ ଜଣଙ୍କୁ ଗିରଫ କରାଯାଇ ସାରିଲାଣି ବୋଲି ପୋଲିସ କହିଛି। ଇମ୍ରାନ ଖାନଙ୍କ ଘରେ ୩୦ରୁ ୪୦ ଜଣ ଆତଙ୍କବାଦୀ ଲୁଚି ରହିଥିବା ପ୍ରଥମେ ସୁରକ୍ଷାକର୍ମୀମାନେ ଦାବି କରିଥିଲେ। ସେମାନଙ୍କୁ ୨୪ ଘଣ୍ଟା ମଧ୍ୟରେ ହସ୍ତାନ୍ତର କରିବାକୁ ଇମ୍ରାନ ଖାନଙ୍କୁ ମହଲତ ଦିଆଯାଇଥିଲା। ଏଥିପାଇଁ ତାଙ୍କ ଘର ଚାରିପାଖରେ ବିପୁଳ ସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..