ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭୂମିକମ୍ପରେ ଥରିଲା ଆସାମ। ଆଜି ସକାଳ ୭ଟା ୫୫ ମିନିଟରେ ଆସାମରେ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୪ ରେକର୍ଡ କରାଯାଇଛି। ଆସାମର ଗୌହାଟି ସମେତ ତେଜପୁର ଓ ସୋନିତପୁରରେ ଭୂମିକମ୍ପ ଝଟକା ଲାଗିଛି। ତେବେ ଭୂକମ୍ପର କେନ୍ଦ୍ରବିନ୍ଦୁ ସୋନିତପୁର ଥିଲା । ଏହି ସମୟରେ ଲୋକମାନେ ଭୟଭୀତ ହୋଇ ଗରୁ ବାହାରକୁ ଚାଲି ଆସିଥିଲେ। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜିରୁ ଏନେଇ ସୂଚନା ମିଳିଛି। ସୂଚନା ଅନୁଯାୟୀ, ଆସାମର ତେଜପୁରର ୪୩ କିଲୋମିଟର ପଶ୍ଚିମରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ଭୂପୃଷ୍ଠରୁ ୧୭ କିଲୋମିଟର ଗଭୀରରେ ଏହି ଭୂକମ୍ପ ଘଟିଛି। ଭୂକମ୍ପର ତୀବ୍ରତା ଏତେ ଅଧିକ ଥିଲା ଯେ ରାଜ୍ୟର ଅନେକ ଅଟ୍ଟାଳିକାରେ ଫାଟ ସୃଷ୍ଟି ହୋଇଥିବା ଖବର ଆସିଥିଲା।






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..