Report Card Odisha

| Daily Odia News

୬ରୁ ଓଜେଇଇ ପରୀକ୍ଷା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସେପ୍ଟେମ୍ବର ୬ରୁ ଆରମ୍ଭ ହେବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) । ଏହି ପରୀକ୍ଷା ସେପ୍ଟେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଶୁକ୍ରବାର ଏନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତବର୍ଷ ପରି ଚଳିତବର୍ଷ ମଧ୍ୟ କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମାଧ୍ୟମରେ ସମସ୍ତ ବିଷୟର ପରୀକ୍ଷା ହେବ। ଦୈନିକ ୩ଟି ସିଫ୍ଟରେ ପରୀକ୍ଷା ହେବ। ଗଣେଶ ପୂଜା ଓ ଏନ୍‌ଇଇଟି ପରୀକ୍ଷାକୁ ଦୃଷ୍ଟିରେ ରଖି ମଝିରେ ଗ୍ୟାପ୍‌ ଦିଆଯାଇଛି। କେଉଁଦିନ କେଉଁ ପରୀକ୍ଷା ହେବ, ତାହାର ପୂରା ତଥ୍ୟ ଓଜେଇଇ ୱେବସାଇଟ୍‌ www.ojee.nic.in/www.odishajee.comରେ ପ୍ରକାଶ କରାଯାଇଛି। ଛାତ୍ରୀଛାତ୍ର ୱେବସାଇଟ୍‌ରୁ ଏହି ତଥ୍ୟ ପାଇପାରିବେ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ ଚାନ୍ଦ ସୂଚନା ଦେଇଛନ୍ତି

Breaking News