ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ପୁରସ୍କୃତ କରିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ ଉତ୍ସବରେ ବଲିଉଡର ବରିଷ୍ଠ ଅଭିନେତ୍ରୀ ଆଶା ପାରେଖଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଅଭିନେତା ଅଜୟ ଦେବଗନଙ୍କୁ ଚଳଚ୍ଚିତ୍ର ‘ତନହାଜି ଦ ଅନସଙ୍ଗ ୱାରିୟର’ ଓ ଦକ୍ଷିଣ ଭାରତୀୟ ଅଭିନେତା ସୂର୍ୟା ଚଳଚ୍ଚିତ୍ର ‘ସୂରାରାଇ ପୋଟ୍ଟ୍ରୁ’ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି। ଅପର୍ଣ୍ଣା ବାଲମୂରାଲୀଙ୍କୁ ଚଳଚ୍ଚିତ୍ର ‘ସୁରାରାଇ ପୋଟ୍ଟ୍ରୁ’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି। ସେହିପରି ‘ତୁଲସୀଦାସ ଜୁନିୟର’ ଶ୍ରେଷ୍ଠ ଚଳଚ୍ଚିତ୍ର, ସଚ୍ଚିଦାନନ୍ଦନ କେଆର ଶ୍ରେଷ୍ଠ ନିର୍ଦେଶକ, ବିଜୁ ମେନନ ଶ୍ରେଷ୍ଠ ସହ ଅଭିନେତା, ଲକ୍ଷ୍ମୀପ୍ରିୟା ଚନ୍ଦ୍ରମୌଲୀ ଶ୍ରେଷ୍ଠ ସହ ଅଭିନେତ୍ରୀ, ଶ୍ରେଷ୍ଠ ଫିଚର ଫିଲ୍ମ ‘ସୁରାରାଇ ପୋଟ୍ଟ୍ରୁ’, ଶ୍ରେଷ୍ଠ ଲୋକପ୍ରିୟ ଫିଲ୍ମ ‘ତନହାଜି ଦ ଅନସଙ୍ଗ ୱାରିୟର’, ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ରାହୁଲ ଦେଶ ପାଣ୍ଡେ, ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ନାନଚାମ୍ମା। ଏହି ପୁରସ୍କାର ବିତରଣ ଉତ୍ସବରେ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର, ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଏଲ୍ ମୁରୁଗାନ, ସଚିବ ଅପୂର୍ବ ଚନ୍ଦ୍ର, ପୁରସ୍କାର ବିଚାରକ ମଣ୍ଡଳୀ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ।






More Stories
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..
ସାନ୍ତାଳୀ ଭାଷାରେ ସମ୍ବିଧାନ ପ୍ରକାଶ…..