Report Card Odisha

| Daily Odia News

ଜୀବଜନ୍ତୁମାନଙ୍କର ସଂରକ୍ଷଣ ଆମ ସମସ୍ତଙ୍କ ଦାୟିତ୍ୱ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

୬୮ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଛି। ଆଜି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭର୍ଚୁଆଲି ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ସୁସ୍ଥ ପରିବେଶରେ ମଣିଷ ବଞ୍ଚିବାର ଯେପରି ଅଧିକାର ରହିଛି, ସେହିପରି ପ୍ରତ୍ୟେକ ଜୀବଜନ୍ତୁମାନଙ୍କର ମଧ୍ୟ ସମାନ ଅଧିକାର ରହିଛି। ଜୀବଜନ୍ତୁମାନଙ୍କ ସଂରକ୍ଷଣ ଆମ ସମସ୍ତଙ୍କର ଦାୟିତ୍ୱ। ବନ୍ୟପ୍ରାଣୀ ସପ୍ତାହ ପାଳନ ଉପଲକ୍ଷେ ଅନୁଷ୍ଠିତ ହୋଇଥବା ବିଭିନ୍ନ ପ୍ରତିଯୋଗିତାରେ କୃତ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି, ଓଡ଼ିଶାର ଜୈବ ବିବିଧତା ଅତୁଳନୀୟ। ବନ୍ୟପ୍ରାଣୀ ଅଭୟାରଣ୍ୟରେ ଓଡ଼ିଶା ଏକ ସମୃଦ୍ଧ ରାଜ୍ୟ। ହାତୀ ଓ ଅନ୍ୟ ବନ୍ୟଜନ୍ତୁଜନିତ ଅପ୍ରରାଧ ରୋକିବାକୁ ଯୁଗ୍ମ ଟ୍ୟାକ୍ସ ଫୋର୍ସ ଗଠନ କରାଯାଇଛି। ଏପଟେ ନନ୍ଦନକାନନକୁ ଅନ୍ତର୍ଜାତୀୟ ପ୍ରାଣୀ ଉଦ୍ୟାନରେ ପରିଣତ କରିବାକୁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଉଛି। ବନ୍ୟଜନ୍ତୁ ମାନଙ୍କ କବଳରୁ ରକ୍ଷା କରିବା ପାଇଁ ଗତବର୍ଷ ଜଙ୍ଗଲ ଭିତରେ ଥିବା ୪୭୯ ପରିବାରକୁ ସ୍ୱେଚ୍ଛାକୃତ ସ୍ଥାନାନ୍ତର କରାଯାଇଛି। ଜଙ୍ଗଲ ଓ ପରିବେଶ ବିଭାଗ ମୁଖ୍ୟ ଶାସନ ସଚିବ ଡ଼. ମୋନା ଶର୍ମାଙ୍କ ସୂଚନା ଅନୁଯାୟୀ ବନ୍ୟଜନ୍ତୁଙ୍କ ଦ୍ୱାରା ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଅନୁଦାନ ଦେବାକୁ ଅନୁକମ୍ପା ଯୋଜନା ଆରମ୍ଭ ହୋଇଛି। ଏହା ଏକ ଅନଲାଇନ ଯୋଜନା। ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଆର୍ଥିକ ସହାୟତା ପାଇବାକୁ ଏଥିରେ ଆବେଦନ ଦାଖଲ କରିପାରିବେ, ଯେଉଁଥିରେ ତାଙ୍କ ପରିବାରକୁ ସହାୟତା ମିଳିବ।

 

Breaking News