ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ୬ଷ୍ଠ ପର୍ଯ୍ୟାୟ ନିମନ୍ତେ ଭୋଟ୍ ଗ୍ରହଣ ଜାରିରହିଛି | ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ ତା ପର୍ଯ୍ୟନ୍ତ ଚାଲିବ | ଏହି ଅବସରରେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖଛନ୍ତି: ଉତ୍ତର ପ୍ରଦେଶର ଆଜି ଗଣତନ୍ତ୍ର ଉତ୍ସବର ୬ଷ୍ଠ ପର୍ଯ୍ୟାୟରେ ପହଞ୍ଚିସାରିଛି। ସମସ୍ତ ମତଦାତାଙ୍କୁ ମୋର ବିନମ୍ର ନିବେଦନ, ସେମାନେ ନିଜ ନିଜର ଭୋଟ୍ ପ୍ରଦାନପୂର୍ବକ ଏ ଉତ୍ସବରେ ନିଶ୍ଚୟ ସାମିଲ ହୁଅନ୍ତୁ। ଆପଣମାନଙ୍କର ଖଣ୍ଡିଏ ଖଣ୍ଡିଏ ଭୋଟ୍ ଗଣତନ୍ତ୍ରର ସାମର୍ଥ୍ୟ ଅଟେ। ବଳରାମପୁର, ସିଦ୍ଧାର୍ଥନଗର, ମହାରାଜନଗର, କୁଶୀନଗର, ବସ୍ତି, ସନ୍ଥ କବୀର ନଗର, ଅମ୍ବେଦକର୍ ନଗର, ଗୋରଖପୁର, ଦେଓରିଆ ଏବଂ ବାଲ୍ଲିଆ ଆଦି ୧୦ ଜିଲ୍ଲାର ୫୭ଟି ଆସନ ନିମନ୍ତେ ଗ୍ରହଣ ମତଦାନ ଗ୍ରହଣ କରାଯାଉଛି। ଏଥିରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ୬୭୬ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ପ୍ରମୁଖ ପ୍ରାର୍ଥୀମାନେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟ କଂଗ୍ରେସ ସଭାପତି ଲାଲ୍ଲୁ, ସମାଜବାଦୀ ପାର୍ଟିର ସ୍ବାମୀ ପ୍ରସାଦ ମୌର୍ଯ୍ୟ, ‘ଆଜାଦ୍ ସମାଜ ପାର୍ଟି’ର ସଂସ୍ଥାପକ ଚନ୍ଦ୍ରଶେଖର ଆଜାଦ, ବିଗତ ବିଧାନସଭାର ବିରୋଧୀ ଦଳ ନେତା ତଥା ସମାଜବାଦୀ ପାର୍ଟିର ନେତା ରାମ ଗୋବିନ୍ଦ ଚୌଧୁରୀ। ୬ଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଥମେ ଭୋଟ୍ ଦେଇଥିବା ଭୋଟର୍ମାନଙ୍କ ମଧ୍ୟରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସେ ଗୋରଖପୁର ଅନ୍ତର୍ଗତ ଗୋରଖନାଥ କନ୍ୟା ନଗର କ୍ଷେତ୍ରସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ପଡ଼ିଥିବା ବୁଥ୍ରେ ଭୋଟ୍ ଦେଇଛନ୍ତି। ଭୋଟ୍ ଦେବା ପୂର୍ବରୁ ଯୋଗୀ ଆଦିତ୍ୟନାଥ ଗୋରଖପୁର ପୀଠରେ ପ୍ରାର୍ଥନା କରିବା ପରେ ଗୋଟାଏ ଗୋରୁ ଆଶ୍ରୟସ୍ଥଳରେ ଗାଈମାନଙ୍କୁ ଗୁଡ଼ମିଶ୍ରିତ ବୁଟ ଖୁଆଇଥିଲେ।
More Stories
ମହାକୁମ୍ଭରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ…..
ଅମିତ ଶାହଙ୍କ”ଗୁଣ୍ଡାରାଜ”,ଆପ୍ କର୍ମୀମାନଙ୍କୁ ଆକ୍ରମଣ….
ଭୋଟ୍ ଦେଲେ ରାଷ୍ଟ୍ରପତି,୯ ଟା ସୁଦ୍ଧା ୮.୧୦ ପ୍ରତିଶତ ମତଦାନ…..