ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମ ଆଦମୀ ପାର୍ଟିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିବା ରାଘବ ଚଢାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପୁରସ୍କାର ମିଳିଛି। ରାଜ୍ୟସଭା ତାଙ୍କୁ ବିଜେପିରେ ଯୋଗଦେବା ପାଇଁ ଅନୁମତି ପ୍ରଦାନ କରିଛି। ରାଘବଙ୍କ ସମେତ ଅନ୍ୟ ୭ ଜଣ ବିଦ୍ରୋହୀ ଆପ ସାଂସଦଙ୍କୁ ବିଜେପିରେ ଯୋଗଦେବା ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ରାଜ୍ୟସଭା ସଚିବାଳୟ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇ ଏକ ବିଜ୍ଞପ୍ତି ଜାରି କରିଛି। ଏହା ଦ୍ୱାରା ରାଜ୍ୟସଭାରେ ବିଜେପି ସାଂସଦଙ୍କ ସଂଖ୍ୟା ୧୧୩ ହୋଇଛି। ଅର୍ଥାତ୍ ରାଜ୍ୟସଭାରେ ଆପର କୋଟା ୭ ଆସନ ହ୍ରାସ ପାଇଛି। ଯାହା ଦଳ ଏବଂ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପାଇଁ ଏକ ବଡ଼ ଝଟକା। ନିକଟରେ ଆପ୍ ଛାଡିଥିବା ୭ ସାଂସଦ ରାଘବ ଚଢା, ସନ୍ଦୀପ ପାଠକ ଓ ଅଶୋକ ମିତ୍ତଲ ,ହରଭଜନ ସିଂହ, ସ୍ୱାତୀ ମାଲିୱାଲ, ରାଜେନ୍ଦ୍ର ଗୁପ୍ତା ଏବଂ ଡକ୍ଟର ବିକ୍ରମଜିତ୍ ସିଂ ସାହାଣୀଙ୍କ ନାଁ ତାଲିକାରେ ରହିଛି।






More Stories
୧୮ରୁ ଖୋଲିବ ସ୍କୁଲ୍….
ହୀରାକୁଦରେ ହେବ ବିଶ୍ବସ୍ତରୀୟ ଖଣି ସଂଗ୍ରହାଳୟ…..
ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ଏସ୍ଓପି…..