ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଶ୍ଚିମବଙ୍ଗ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ ତାରିଖ ପାଖେଇ ଆସୁଛି। ଏହାରି ଭିତରେ ଉଭୟ ଶାସକ ଟିଏମସି ଓ ବିରୋଧୀ ବିଜେପି ନିଜ ନିଜର ପ୍ରଚାର ଜୋରଦାର କରି ଦେଇଛନ୍ତି। କିନ୍ତୁ ଏହାରି ଭିତରେ ପୁଣି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଧାମକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ନିର୍ବାଚନମଣ୍ଡଳୀରେ ରବିବାର ନିଜର ପ୍ରଚାର କରିଛନ୍ତି। ପ୍ରଚାରରେ ସେ ବିଜେପିକୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି। କିନ୍ତୁ ଏହାରି ଭିତରେ ଜଗନ୍ନାଥ ଧାମକୁ ନେଇ ଏକ ବିବାଦୀୟ ମତବ୍ୟ ଦେଇଛନ୍ତି ମମତା। ଦିଘାରେ ନିର୍ମିତ ଜଗନ୍ନାଥଙ୍କ ମନ୍ଦିରକୁ ମମତା ଜଗନ୍ନାଥ ଧାମ ଘୋଷଣା କରିବା ପରେ ମମତା ସେ ସମୟରେ ବିବାଦୀୟ ହୋଇ ପଡ଼ିଥିଲେ। ଆଜି ପ୍ରଚାର ସମୟରେ ପୁଣି ଏହି ଭୁଲ ଦୋହରାଇଛନ୍ତି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ମମତା ପ୍ରଚାର ସମୟରେ କହିଛନ୍ତି ଯେ, ଆମେ ଅନେକ ମନ୍ଦିର ନିର୍ମାଣ କରିଛୁ। ଆମେ ମସଜିଦ ନିର୍ମାଣ କରିପାରିବା ନାହିଁ, କିନ୍ତୁ ଆମେ କବରସ୍ଥାନ ତିଆରି କରିଛୁ। ଆମର ଜୈନ ସମ୍ପ୍ରଦାୟ ପାଇଁ ଏକ ବଡ଼ ମନ୍ଦିର ନିର୍ମାଣ କରାଯାଉଛି। ସେଣ୍ଟ ଜାଭିୟର୍ସ କଲେଜ, ଭୱାରୀପୁର ଶିକ୍ଷା ସମାଜ କଲେଜ ନିର୍ମାଣ କରିଛୁ। ଏକ ବିଶ୍ୱବିଦ୍ୟାଳୟ ମଧ୍ୟ କରିଛୁ ଏବଂ ଏଥିପାଇଁ ଜମି ମଧ୍ୟ ଦେଇଛୁ।






More Stories
ଏଥର ଟିଏମସି ସମ୍ପୂର୍ଣ୍ଣ ସଫା…..
ଆରଏସଏସ“ରାଷ୍ଟ୍ରୀୟ ସରେଣ୍ଡର ସଂଘ”…..
ଅଶୋକ ଲାହିରୀ ନୀତି ଆୟୋଗ ଉପାଧ୍ୟକ୍ଷ…..