Report Card Odisha

| Daily Odia News

ବିଷାକ୍ତ ମଦ ନେଲା ୭ ଜୀବନ ୨୦ରୁ ଅଧିକ ଗୁରୁତର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତର ପ୍ରଦେଶର ଅଲୀଗଡ଼ରେ ବିଷାକ୍ତ ମଦ ପିଇ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଲୋକ ଗୁରୁତର । ମୃତକଙ୍କ ମଧ୍ୟରେ ଅଲୀଗଡ଼ର ଏଚପି ଗ୍ୟାସ କାରଖାନାର ଟ୍ରକ ଡ୍ରାଇଭରଙ୍କ ସମେତ ଲୋଧା ଅଞ୍ଚଳର କରସୁଆ, ନିମାନା, ହୈଭତପୁର, ଅଣ୍ଡଲା ଗାଁର ଲୋକ ସାମିଲ ଅଛନ୍ତି। ଅସୁସ୍ଥ ବ୍ୟକ୍ତିଙ୍କର ସ୍ଥାନୀୟ ଡାକ୍ତରଖାନାରେ ସେମାନଙ୍କର ଚିକିତ୍ସା ଚାଲିଛି। ବିଷାକ୍ତ ମଦ ମୃତ୍ୟୁ ଘଟଣା ସାମ୍ନାକୁ ଆସିବା ପରେ ଅଲୀଗଡ଼ରେ ଆତଙ୍କର ବାତାବରଣ ଖେଳିଯାଇଛି। ଏହା ସହିତ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଅଲୀଗଡ଼ ଜିଲାପାଳ ଚନ୍ଦ୍ରଭୂଷଣ ସିଂହଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାର ତଦନ୍ତ କରାଯାଉଛି। ତଦନ୍ତରୁ ଯେଉଁମାନେ ଦୋଷୀ ବୋଲି ଜଣାପଡ଼ିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗାଁ ନିକଟରେ ଥିବା ଏକ ଭାଟିରୁ ଲୋକମାନେ ମଦ କିଣି ପିଇଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହାପରେ ଜଣକ ପରେ ଜଣେ ୭ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଏଚପି ଗ୍ୟାସ କାରଖାନାର ୨ ଜଣ ଡ୍ରାଇଭର ସାମିଲ ଅଛନ୍ତି। ପ୍ରଶାସନିକ ଅଧିକାରୀ ଏବଂ ପୁଲିସ ଘଟଣାସ୍ଥଳରେ ତଦନ୍ତ କରିବା ସହିତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

Breaking News